ନୂଆ କୃଷି ଆଇନରେ ଚାଷୀର ଲାଭ ବଢିବ : ଧର୍ମେନ୍ଦ୍ର

ନୂଆ କୃଷି ଆଇନରେ ଚାଷୀର ଲାଭ ବଢିବ : ଧର୍ମେନ୍ଦ୍ର

ନୂଆ କୃଷି ଆଇନରେ ଚାଷୀର ଲାଭ ବଢିବ : ଧର୍ମେନ୍ଦ୍ର
ଢେଙ୍କାନାଳ: ଚାଷୀଙ୍କ ମନରେ ଅଯଥା ଡର ଓ ଭ୍ରମ ତିଆରି କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଢେଙ୍କାନାଳ କୃଷକ ସମାବେଶରେ କୃଷି ଆଇନ ଉପରେ ନିଜର ବକ୍ତବ୍ୟ ରଖିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଏହାଛଡ଼ା ଶ୍ରୀ ପ୍ରଧାନ କହିଛନ୍ତି ଯେ, ଚାଷୀଙ୍କୁ ଆତ୍ମନିର୍ଭର ପାଇଁ ପ୍ରଧାନମନ୍ତ୍ରୀ ଯୋଜନା ଆରମ୍ଭ କରିସାରିଛନ୍ତି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ପଦକ୍ଷେପ ନିଆଯାଇଛି । ନୂଆ କୃଷି ଆଇନରେ ଚାଷୀର ଲାଭ ବଢିବ । ଚାଷୀଙ୍କ ମନରେ ଅଯଥା ଡର ଓ ଭ୍ରମ ତିଆରି କରାଯାଉଛି । ଚାଷୀଙ୍କ ଜମି ବଡ଼ କମ୍ପାନୀ କିଣିନେବେ ବୋଲି ଭ୍ରମିତ କରାଯାଉଛି । ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦିଆଯିବ ବୋଲି ଭ୍ରମିତ କରାଯାଉଛି । କଂଗ୍ରେସ ସମାଲୋଚନା କରୁଛି, ଶାସକ ଦଳ ଟିକେ ନଖ ଘଷି ଦେଉଛି । ୧୩-୧୪ରେ ଧାନ ଏମଏସପି ୧୩୧୦ ଥିଲାବେଳେ ଏବେ ୧୮୧୫ ଟଙ୍କା ରହିଛି । ଏମଏସପି ଟଙ୍କା ମୋଦି ଦେବେ । କିନ୍ତୁ ରାଜ୍ୟରେ ଦଳୀୟ କର୍ମୀଙ୍କୁ ଟୋକନ ଦିଆଯାଉଛି । କେନ୍ଦ୍ର ଟଙ୍କା ଦେଲେ ବି ଟଙ୍କା ଦଳୀୟ ଆଧାରରେ ବଣ୍ଟା ଯାଉଛି । ଏଠି ରାଜ୍ୟ ସରକାର ମିଲରମାନଙ୍କ ସହ ମଧୁଚନ୍ଦ୍ରିକାରେ ମାତିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।