ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି

ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି

ପୁଣି ଆନନ୍ଦ ବଜାରରେ ମିଳିବ ଟଙ୍କ ତୋରାଣି
ପୁରୀ: ୨୦୧୭ ରୁ ଶ୍ରୀମନ୍ଦିର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ବନ୍ଦ କରାଯାଇଥିବା ବେଳେ ଏହି ନିଷ୍ପତ୍ତିର ପୁନଃବିଚାର କରାଯାଇଛି । ଖୁବ୍ ଶୀଘ୍ର ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ ହେବ ବୋଲି ଆଜି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଭକ୍ତମାନଙ୍କୁ ଉତ୍ତମମାନର ଟଙ୍କ ତୋରାଣି ଦିଆଯିବ । ଏ ସମ୍ପର୍କରେ ସୁଆର ମହାସୁଆର ନିଯୋଗ ସହିତ ଆଲୋଚନା କରାଯାଇ ସ୍ଥାନ ନିରୂପଣ କରାଯିବ । ଆସନ୍ତା ଦୁଇ ଦିନ ଭିତରେ ସୁଆର ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି । ସୂଚନା ଯୋଗ୍ୟ, ବର୍ଷ ବର୍ଷ ଧରି ଆନନ୍ଦବଜାରରେ ଟଙ୍କ ତୋରାଣି ବିକ୍ରି କରାଯାଉଥିଲା । ଭକ୍ତମାନେ ଏହାକୁ ଆନନ୍ଦରେ ପିଉଥିଲେ । କାଳକ୍ରମେ ଏହାର ମାନ ପ୍ରତି ଆଉ ଗୁରୁତ୍ୱ ଦିଆଗଲା ନାହିଁ । ଅନାବଶ୍ୟକ ଗହଳି ବି କମିଲା । ଏହାକୁ ନେଇ ଅଭିଯୋଗ ହେବା ପରେ ୨୦୧୭ ରେ ଶ୍ରୀମନ୍ଦିରର ତକ୍ରାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଟଙ୍କ ତୋରାଣି ବିକ୍ରି କୁ ବନ୍ଦ କରିଥିଲେ । ତେବେ ଏହାକୁ କେନ୍ଦ୍ର କରି ବିବାଦ ଉପୁଜିବା ସହ ପୁଣି ଥରେ ଟଙ୍କ ତୋରାଣି ବିକ୍ରି ଆରମ୍ଭ କରବାକୁ ଦାବି ହୋଇ ଆସୁଥିଲା । ସୁଆରଙ୍କ ଦାବି ଓ ଭକ୍ତଙ୍କ ଉକ୍ରଣ୍ଠାକୁ ଦୃଷ୍ଟିରେ ରଖି ପୁଣି ଥରେ ଟଙ୍କତୋରାଣି ବିକ୍ରି କରାଯିବା ଲାଗି ଆଜି ବୈଠକରେ ନିଷ୍ପତ୍ତି ହୋଇଛି ।