ଅସାଧୁ ଧାନ ବ୍ୟବସାୟୀଙ୍କୁ ରୋକିବା ପାଇଁ କଡାକଡି ଯାଞ୍ଚ ନିଦେ୍ର୍ଧଶ

ଅସାଧୁ ଧାନ ବ୍ୟବସାୟୀଙ୍କୁ ରୋକିବା ପାଇଁ କଡାକଡି ଯାଞ୍ଚ ନିଦେ୍ର୍ଧଶ

ଅସାଧୁ ଧାନ ବ୍ୟବସାୟୀଙ୍କୁ  ରୋକିବା ପାଇଁ କଡାକଡି ଯାଞ୍ଚ ନିଦେ୍ର୍ଧଶ
ଭୁବନେଶ୍ୱର : ଅସାଧୁ ବ୍ୟବସାୟୀ ପଡୋଶୀ ଛତିଶଗଡରୁ ଧାନ ଆଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ଯେପରି ବିକ୍ରି ନ କରନ୍ତି, ସେଥିନିମେନ୍ତ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଖାଦ୍ୟଯୋଗାଣ ବିଭାଗ ୮ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛି । ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡିକରେ ଖରିଫ ଧାନ ସଂଗ୍ରହ କାର୍ୟ୍ୟ ନଭେମ୍ବର ମାସ ଦ୍ବିତୀୟ ସପ୍ତାହଠାରୁ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଚଳିତ ଖରିଫ ଧାନ ସଂଗ୍ରହ କାର୍ୟ୍ୟକ୍ରମ ସମୟରେ ଧାନ ବେପାରୀ ସୀମାବର୍ତ୍ତୀ ଛତିଶଗଡରୁ ଧାନ କିଣି ଜିଲ୍ଲାର ଧାନସଂଗ୍ରହ କେନ୍ଦ୍ରରେ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାର ସମ୍ଭାବନା ରହିଛି । ବିଶେଷ କରି ବରଗଡ, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ ଏବଂ ନବରଙ୍ଗପୁର ଜିଲ୍ଲାରେ ଏଭଳି ବିପଦ ଦେଖାଦେଇପାରେ । ଏଣୁ ଏସବୁ ଜିଲ୍ଲାର ଜିଲ୍ଲାପାଳମାନେ ବେନିୟମ ଧାନବିକ୍ରିକୁ ରୋକିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ଆବଶ୍ୟକସ୍ଥଳେ ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲାସ୍ତରରେ ଏବଂ ସବ୍‌ଡିଭିଜନ୍ ସ୍ତରରେ ସ୍କ୍ବାର୍ଡ ଗଠନ କରି ଧାନ ଚାଲାଣର ନିୟମିତ ଯାଞ୍ଚ କରିବା ପାଇଁ କୁହାଯାଇଛି । ଏଥିସହିତ ଅସାଧୁ ଧାନ ବେପାରୀ ଓ ମିଲରଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଚିଠିରେ ଦର୍ଶାଇଛନ୍ତି । ବିଭାଗ କହିଛି ଯେ, ଧାନ କେବଳ ପ୍ରକୃତ ପଞ୍ଜୀକୃତ ଚାଷୀଙ୍କଠାରୁ ଓ ଆଗୁଆ ଟୋକନ୍ ମାଧ୍ୟମରେ କିଣାଯିବ । ଧାନ ବିକ୍ରିରେ ସର୍ବନିମ୍ନ ସହାୟକ ମୂଲ୍ୟର ସୁଫଳ ଯେପରି ପ୍ରକୃତ ଚାଷୀ ପାଆନ୍ତି ସେଥିପ୍ରତି ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।