ଓଡ଼ିଶାର ୬ ଜିଲ୍ଲାରେ ବିଜେପି କାର୍ୟ୍ୟାଳୟ ଉଦଘାଟିତ

ଓଡ଼ିଶାର ୬ ଜିଲ୍ଲାରେ ବିଜେପି କାର୍ୟ୍ୟାଳୟ ଉଦଘାଟିତ

ଓଡ଼ିଶାର ୬ ଜିଲ୍ଲାରେ ବିଜେପି କାର୍ୟ୍ୟାଳୟ ଉଦଘାଟିତ
ନୂଆଦିଲ୍ଲୀ : ଓଡ଼ିଶାର ୬ ଜିଲ୍ଲାରେ ବିଜେପି କାର୍ୟ୍ୟାଳୟ ଉଦଘାଟିତ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡ଼ିଓ କନଫେରେନ୍ସିଂ ଜରିଆରେ ଏହି ଅଫିସ ଉଦଘାଟିତ କରିଛନ୍ତି । ରାଜ୍ୟର ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ବାରିପଦାରେ ବିଜେପିର ନୂଆ ଅଫିସ ହୋଇଛି । ସେହିପରି ଆଉ ୬ଟି ଜିଲ୍ଲାରେ ବି ବିଜେପି ଅଫିସ ନିର୍ମାଣ କାର୍ୟ୍ୟ ଚାଲିଛି । ତେବେ କମ ସମୟ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବିଜେପି କାର୍ୟ୍ୟାଳୟ ନିର୍ମାଣ କରାଯାଇଥିବାରୁ ନଡା ଧନ୍ୟବାଦ ଜଣାଇବା ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି । ଶ୍ରୀ ନଡ୍ଡା କହିଛନ୍ତିଯେ, ଅଫିସ ଓ କାର୍ୟ୍ୟାଳୟ ଭିତରେ ବହୁତ ଫରକ ରହିଛି । ଅଫିସର ଖୋଲିବା ଓ ବନ୍ଦ ହେବାର ନିର୍ଦ୍ଧିଷ୍ଟ ସମୟ ରହିଛି । କିନ୍ତୁ କାର୍ୟ୍ୟାଳୟ ସବୁବେଳେ ଖୋଲା ରହେ । କାର୍ୟ୍ୟାଳୟରେ କାର୍ୟ୍ୟକର୍ତାଙ୍କ ବିଶ୍ୱାସ ବୃଦ୍ଧି ଘଟିଥାଏ । ବିଜେପି ପକ୍ଷରୁ ଦେଶର ସମସ୍ତ ଜିଲ୍ଲାରେ ଦଳୀୟ କାର୍ୟ୍ୟାଳୟ ଖୋଲିବା ପାଇଁ ଯୋଜନା କରାଯାଇଥିଲା । ସେହି କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବି କାର୍ୟ୍ୟାଳୟ ଖୋଲିବ । ଯେଉଁଠାରେ ସମସ୍ତ ପ୍ରକାର ସୁବିଧା ରହିବ ବୋଲି ଜେପି ନଡ୍ଡା କହିଛନ୍ତି ।