ଅୱେସିଙ୍କ ଦାଢ଼ି କାଟିବାକୁ ଧମକ

ଅୱେସିଙ୍କ ଦାଢ଼ି କାଟିବାକୁ ଧମକ

ଅୱେସିଙ୍କ ଦାଢ଼ି କାଟିବାକୁ ଧମକ
ହାଇଦ୍ରାବାଦ : ତେଲେଙ୍ଗାନା ବିଜେପି ସାଂସଦ ଡି ଅରବିନ୍ଦ ଶନିବାର ଏଆଇଏମଆଇଏମ୍ ଅଧ୍ୟକ୍ଷ ଅସଉଦ୍ଧିନ ଅୱେସିଙ୍କୁ ଧମକ ଦେଇ କହିଛନ୍ତି ସେ ସେ ତାଙ୍କ ଦାଢ଼ି କାଟିଦେବେ ଏବଂ ତାଙ୍କ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି ଝୁଲାଇ ଦେବେ । ଅୱେସି ଗତ ସପ୍ତାହରେ ନିଜାମାବାଦରେ ଏକ ବୈଠକ କରି ସିଏଏ ବିରୋଧରେ ଗର୍ଜିଥିଲେ ଏବଂ କହିଥିଲେ ସେ ବିଜେପିକୁ କନ୍ଦାଇବେ । ତେବେ ଅୱେସିଙ୍କ ଏହି କନ୍ଦାଇବା ଟିପପ୍ଣୀକୁ ନେଇ ଡି ଅରବିନ୍ଦ ତାଙ୍କୁ ଏଭଳି ଧମକ ଦେଇଛନ୍ତି । ଯୋଉଁ ସ୍ଥାନରେ ସେ ସିଏଏ ବିରୋଧରେ ମନ୍ତବ୍ୟ ରଖିଥିଲେ ସେହି ସମାନ ସ୍ଥାନରେ ତାଙ୍କୁ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି । ବିଜେପି ସାଂସଦ ଶନିବାର ଟିଆରଏସ୍ ବିରୋଧରେ ମଧ୍ୟ ବର୍ଷିଛନ୍ତି । ଅୱେସି ହାଇଦ୍ରାବାଦରେ ସାଂସଦ ଭାବେ ହ୍ରାଇଦ୍ରାବାଦର ବିକାଶ ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଡି ଅରବିନ୍ଦ କହିଛନ୍ତି ।