ଆଇଏନଏକ୍ସ ମିଡିଆ ଦୁର୍ନୀତି, ସନ୍ଦେହ ଘେରରେ ଓଡ଼ିଆ ଆଇଏଏସ

ଆଇଏନଏକ୍ସ ମିଡିଆ ଦୁର୍ନୀତି, ସନ୍ଦେହ ଘେରରେ ଓଡ଼ିଆ ଆଇଏଏସ

ଆଇଏନଏକ୍ସ ମିଡିଆ ଦୁର୍ନୀତି, ସନ୍ଦେହ ଘେରରେ ଓଡ଼ିଆ ଆଇଏଏସ
ନୂଆଦିଲ୍ଲୀ: ଆଇଏନଏକ୍ସ ସ୍କାମରେ ଓଡ଼ିଆ ଆଇଏସଙ୍କ ନାମ ସାମିଲ ହୋଇଛି । ଆଇଏନଏକ୍ସ ମିଡିଆ ସ୍କାମରେ ଜଣେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସଙ୍କ ନାଁ ଉଠିଛି । ସେ ହେଉଛନ୍ତି ଅବସରପ୍ରାପ୍ତ କର୍ଣ୍ଣାଟକ କ୍ୟାଡର ଓଡ଼ିଆ ଆଇଏଏସ ଅନୁପ ପୂଜାରୀ । ଏହି ମାମଲାରେ ଅନୁପଙ୍କ ସହ ୪ ଜଣ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ହେଉଛି । ସମ୍ପୃକ୍ତ ୪ ଅଧିକାରୀଙ୍କ ମଧ୍ୟରେ ପୂର୍ବତନ ନୀତି ଆୟୋଗ ସିଇଓ ସିନ୍ଧୁଶ୍ରୀ ଖୁଲରଙ୍କ ନାମ ରହିଛି । ତେବେ ଏମାନଙ୍କ ବିରୋଧରେ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ପୂର୍ବରୁ ଏହି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଗିରଫ ହୋଇଛନ୍ତି ।