ଆଇପିଏଲରୁ ଓହରିଲେ ରାଇନା

ଆଇପିଏଲରୁ ଓହରିଲେ ରାଇନା

ଆଇପିଏଲରୁ ଓହରିଲେ ରାଇନା
ଦୁବାଇ : ଚେନ୍ନାଇ ସୁପର କିଙ୍ଗସକୁ ଶକ୍ତ ଧକ୍କା । ଆଇପିଏଲରୁ ଓହରିଛନ୍ତି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା । ବ୍ୟକ୍ତିଗତ କାରଣରୁ ରାଇନା ଭାରତ ଫେରି ଆସିଥିବା ଜଣାପଡିଛି । ଏହା ସହିତ ସମୁଦାୟ ଆଇପିଏଲରୁ ରାଇନା ଓହରି ଯାଇଛନ୍ତି । ରାଇନା ଆଇପିଏଲରୁ ଓହରିଥିବା ନେଇ ଚେନ୍ନାଇ ସୁପର କିଙ୍ଗସ ସିଇଓ କେ ବିଶ୍ୱନାଥନ ପ୍ରକାଶ କରିଛନ୍ତି । ଆଇପିଏଲର ଚଳିତ ସଂସ୍କରଣରେ ସିଏସକେର ଅଡୁଆ ବଢିବାରେ ଲାଗିଛି । ଗତକାଲି ଦୀପକ ଚହରଙ୍କ ସମେତ ଦଳର ୧୧ ଜଣ ସପୋର୍ଟ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ରାଇନାଙ୍କ ବାଦ ପଡିବା ଦଳର ମଧ୍ୟକ୍ରମକୁ ଦୁର୍ବଳ କରିଛି । ସିଏସକେ ଟିମରେ ଧୋନୀଙ୍କ ପରେ ଦ୍ୱିତୀୟ ଲୋକପ୍ରିୟ ଖେଳାଳି ରାଇନାଙ୍କୁ ଚିନ୍ନା ଥାଲା ଭାବରେ ସମ୍ବୋଧିତ କରାଯାଇଥାଏ ।