ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୮୦

ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୮୦

ଆଉ ୧୧ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୫୮୦
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧ ମୁଣ୍ଡ ନେଇଛି କରୋନା । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତ ରହିଥିବା ବେଳେ ଭୁବନେଶ୍ୱରରୁ ଦୁଇ ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତିତ ବଲାଙ୍ଗୀର, କନ୍ଧମାଳ, କେନ୍ଦୁଝର, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗଞ୍ଜାମ ଜିଲ୍ଲାର ୪ ମୃତକଙ୍କ ମଧ୍ୟରେ ୬୨, ୬୦ , ୫୫ ଏବଂ ୬୫ ବର୍ଷୀୟ ପୁରୁଷ ରହିଛନ୍ତି । ଭୁବନେଶ୍ୱରର ଦୁଇ ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ପୁରୁଷ ଏବଂ ୭୦ ବର୍ଷୀୟ ମହିଳା ରହିଛନ୍ତି । ବଲାଙ୍ଗୀରର ମୃତକ ଜଣକ ୬୫ ବର୍ଷୀୟ ପୁରୁଷ ହୋଇଥିବା ବେଳେ କନ୍ଧମାଳର ମୃତକ ଜଣକ୫୦ ବର୍ଷୀୟ ପୁରୁଷ ବୋଲି ଜଣାପଡିଛି । ଖୋର୍ଦ୍ଧାରୁ ଜଣେ ୭୫ ବର୍ଷୀୟ ମହିଳା, କେନ୍ଦୁଝରରୁ ଜଣେ ୪୬ ବର୍ଷୀୟ ପୁରୁଷ ଏବଂ ପୁରୀରୁ ଜଣେ ୪୬ ବର୍ଷୀୟ ପୁରୁଷ ରହିଛନ୍ତି ।