ସ୍କୁଲ ଖୋଲିବା ନେଇ ଏସଓପି ଜାରି

ସ୍କୁଲ ଖୋଲିବା ନେଇ ଏସଓପି ଜାରି

ସ୍କୁଲ ଖୋଲିବା ନେଇ ଏସଓପି ଜାରି
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟ ୬ ମାସ ହେଲା ବନ୍ଦ ହୋଇପଡ଼ିଥିବା ସ୍କୁଲ ଆଂଶିକ ଭାବେ ଖୋଲିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜର) ଜାରି କରାଯାଇଛି । ଆସନ୍ତା ୨୧ ତାରିଖରୁ ନବମ ଓ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦିଆଯାଇଛି । ଛାତ୍ରଛାତ୍ରୀମାନେ ସ୍କୁଲ ଆସିବାକୁ ସ୍ୱେଚ୍ଛାକୃତ କରାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ ସେମାନେ ନିଜ ଅଭିଭାବକଙ୍କ ଠାରୁ ଲିଖିତ ଅନୁମତି ଆଣିବାକୁ ପଡ଼ିବ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟର ସାମାଜିକ ଦୂରତା ବଜାୟ ରଖାଯିବ । ସବୁ ଛାତ୍ରଛାତ୍ରୀ ନିଜ ମୁହଁରେ କପଡ଼ାରେ ଢ଼ାଙ୍କିବେ ବା ଫେସ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ଏସଓପିରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କର ପାଇଁ ଅନଲାଇନ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଶିକ୍ଷାଦାନ ଜାରି ରହିବ । ସ୍କୁଲ କର୍ତ୍ତୃପକ୍ଷ ୫୦ ପ୍ରତିଶତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଣ ଶିକ୍ଷକ କର୍ମଚାରୀଙ୍କୁ ନେଇଈ ଅନଲାଇନ ଶିକ୍ଷାଦାନ କରିପାରିବେ । ଲ୍ୟାବ ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଛାତ୍ରଛାତ୍ରୀମାନେ ବସିବାର ଏଭଳି ବ୍ୟବସ୍ଥା ହେବା ଦରକାର ଯେପରିକି ପ୍ରତ୍ୟେକଙ୍କ ଭିତରେ ୬ ଫୁଟ ଦୂରତା ବଜାୟ ରହିପାରୁଥିବ । ସ୍କୁଲରେ ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ଏକାଠି ବସିପାରିବେ ନାହିଁ କିମ୍ବା କୌଣସି ପ୍ରକାର ଖେଳକୁଦ ଭଳି ଗତିବିଧିରେ ସାମିଲ ହେବେ ନାହିଁ । କାରଣ ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ସ୍କୁଲରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଲ୍ପ ଲାଇନନମ୍ବର ସହିତ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନମ୍ବର ଡିସପ୍ଲେ କରିବାକୁ ହେବ । ଯାହା ଫଳରେ କି କୌଣସି ଜରୁରୀ ପରିସ୍ଥିତିରେ ସେମାନଙ୍କ ସହିତ ଯୋଗାଯୋଗ କରାଯାଇପାରିବ । କଣ୍ଟେନମେଣ୍ଟ ଜୋନରେ କୌଣସି ସ୍କୁଲ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।