ଆଜି ବିଧାନସଭା ବାଚସ୍ପତି ନିର୍ବାଚନ

ଆଜି ବିଧାନସଭା ବାଚସ୍ପତି ନିର୍ବାଚନ

ଆଜି ବିଧାନସଭା ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ଏବେ କାମଚଳା ବାଚସ୍ପତି ବିଧାନସଭା ଚଳାଉଥିବା ବେଳେ ଆଜି ହେବ ବାଚସ୍ପତି ନିର୍ବାଚନ। ମୁଖ୍ୟମନ୍ତ୍ରୀ ବାଚସ୍ପତି ଚୟନ ନେଇ ପ୍ରସ୍ତାବ ଆଗତ କରିବେ। ଏ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ବାଚସ୍ପତିଭାବେ ବଛାଯିବେ । ଓଡ଼ିଶା ବିଧାନସଭାର ୨୨ତମ ବାଚସ୍ପତି ଭାବେ ସୂର୍ଯ୍ୟ ପାତ୍ର ଦାୟିତ୍ୱ ନେବେ । ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ବାଚସ୍ପତି ଚୟନ ପାଇଁ ପ୍ରସ୍ତାବ ଆଗତ କରିବେ । ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ସମର୍ଥନ କରିବେ । ବିଜେଡ଼ି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାମ ସୁପାରିଶ କରିଛି । ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇନାହିଁ । ବିଜେଡ଼ିର ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଶ୍ରୀ ପାତ୍ର ବାଚସ୍ପତି ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ଯଦି ବିରୋଧୀ ଚାହିଁବେ ତା ହେଲେ ଏଥିପାଇଁ ଡିଭିଜନ ଭୋଟ କରିବା ପାଇଁ ଦାବି କରିପାରିବେ ।