ଆଜି ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପିଲା

ଆଜି ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପିଲା

ଆଜି ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୦୦ ଟପିଲା
ଭୁବନେଶ୍ବର : ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବୌଦ୍ଧ, ଜଗତସିଂହପୁର ଓ ଢେଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ମାଲକାନଗିରି, କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନିଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ୨ ଜଣ ଭୁବନେଶ୍ବରରେ ରହିଥିବାବେଳେ ଜଣେ ୪୭ ବର୍ଷୀୟା ମହିଳା ଥିବାବେଳେ ୬୩ ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ ୭୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ରହିଛନ୍ତି । କଟକରୁ ତିନି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୬୦ଓ ୭୦ ବର୍ଷ ବୋଲି ସୂଚନା ରହିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାର ଜଣେ ୪୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ୮୫ ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି । ସେହିପରି ବୌଦ୍ଧରୁ ୭୧ ବର୍ଷୀୟ ଆକ୍ରାନ୍ତଙ୍କର ରହିଥିବାବେଳେ ଢେଙ୍କାନାଳରୁ ୭୦ ବର୍ଷୀୟ ଆକ୍ରାନ୍ତ ଓ ସମ୍ବଲପୁରରୁ ୭୩ ବର୍ଷୀୟ ମିହଳା ଆକ୍ରାନ୍ତ ରହିଛନ୍ତି । ଜଗତସିଂହପୁରୁର ୪୮ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କୋରାପୁଟରୁ ୫୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ କେଉଁଝରରୁ ୬୫ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ରୁ ହୋଇଛି । ସେହିପରି ମାଲକାନଗିରିରୁ ୬୫ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।