ଆଜିଠୁ ଦକ୍ଷିଣରେ ବର୍ଷା
ଆଜିଠୁ ଦକ୍ଷିଣରେ ବର୍ଷା
admin
Aug 21, 2019 - 04:47
Updated: Aug 21, 2019 - 04:47
ଭୁବନେଶ୍ୱର : ଓଡ଼ିଶା ଉପରେ ରହିଥିବା ଏକ ଲଘୁଚାପ ବଳୟ ପ୍ରଭାବରେ ବୁଧବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ । ଲଗାତାର ତିନି ଦିନ ଧରି ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆହୁରି କୁହାଯାଇଛି ଯେ ୨୧ ତାରିଖରେ କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ପରିମାଣର ବର୍ଷା ହୋଇପାରେ । ଏହି ସମୟ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ଢ଼େଙ୍କନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ୨୨ ତାରିଖ ଠାରୁ ବର୍ଷା ପରିମାଣ ବଢ଼ିବ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଏହା ବ୍ୟତୀତ ଉପକୂ ଓ ଉତ୍ତର ଓଡ଼ିଶାରେ ଘଡ଼ିଘଡ଼ି ସହ ବର୍ଷା ହୋଇପାରେ । ୨୩ ତାରିଖରେ ବର୍ଷା ପରିମାଣ କମିବାକୁ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଗତ ୧୨ ଘଣ୍ଟା ମଧ୍ୟରେ ହୀରାକୁଦ ସର୍ବାଧିକ ୩୭.୬ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୨୪.୭ , ଫୁଲବାଣୀରେ ୧୫.୮, ତାଳଚେରରେ ୧୦, ଅନୁଗୁଳରେ ୬.୬, ସୁନ୍ଦରଗଡ଼ରେ ୪, ମାଲକାନଗରିିରେ ୩.୪ ମିମି ବର୍ଷା ରେକର୍ଡ କରାଯାଇଛି ।