କେଶମୂଳ ସଂକ୍ରମଣ ଓ ରୁପି ସମସ୍ୟା

କେଶମୂଳ ସଂକ୍ରମଣ ଓ ରୁପି ସମସ୍ୟା

କେଶମୂଳ ସଂକ୍ରମଣ ଓ ରୁପି ସମସ୍ୟା
ପାଣିପାଗର ପରିବର୍ତ୍ତନ, ଧୂଳି ମଳି ଏବଂ ଝାଳ ଦ୍ୱାରା କେଶ ମୂଳ ସଂକ୍ରମଣ ହୁଏ । ଠିକ୍ ସମୟରେ ଉପଚାର ନ କଲେ ରୁପି, କେଶ ଝଡ଼ିବା, କେଶ ଅଗ ଫାଟିବା ଭଳି ସମସ୍ୟା ହୁଏ । ଘରୋଇ ପ୍ରତିକାର କରନ୍ତୁ ସୁଫଳ ମିଳିବ । କେଶ ମୂଳରେ ଫାଳେ ଲେମ୍ବୁ ଘଷି କୋଡ଼ିଏ ମିନିଟ୍ ପରେ ସାମ୍ପୁରେ ଧୁଅନ୍ତୁ ଏବଂ ଖରାରେ କେଶ ଶୁଖାନ୍ତୁ । ଯେକୌଣସି ଋତୁ ପାଇଁ ଏହି ଉପଚାର କରିପାରିବେ । ରୁପି ସମସ୍ୟା ନ ହେବା ପାଇଁ ବେକିଂ ସୋଢ଼ା ଖୁବ ଉପକାରୀ । ପାଣିରେ ଆବଶ୍ୟକ ମାତ୍ରାରେ ବେକିଂ ସୋଢ଼ା ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ କେଶମୂଳରେ ଲଗାଇ ତିନି ଚାରି ମିନିଟ୍ ପରେ ଧୁଅନ୍ତୁ । ସୁନ୍ଦର ତଥା ରୁପି ମୁକ୍ତ କେଶ ପାଇଁ ଭିନେଗାର ଖୁବ ଭଲ । କିଛି ଉଷୁମ ଜଳକୁ ଗୋଟିଏ ପାତ୍ରରେ ନେଇ ସେଥିରେ ମାତ୍ର ପାଞ୍ଚ ମିଲିଗ୍ରାମ ଭିନେଗାର ଫେଣ୍ଟି ସପ୍ତାହରେ ଦୁଇ ତିନି ଥର କେଶ ଧୁଅନ୍ତୁ । ଦଶ-ବାରଟି ପତ୍ରକୁ ଅଧା କପ୍ ପାଣିରେ ସିଝାଇ ରାତିରେ ରଖିଦିଅନ୍ତୁ । ସକାଳେ ଏହି ପାଣିରେ କେଶ ସଫା କରି ସାମ୍ପୁରେ ଧୁଅନ୍ତୁ ।