ଆପଣ କେବେ ବାଇଗଣ ଆଚାର ଖାଇଛନ୍ତି କି, ଆଜି ହିଁ ଘରେ ବନାଇ ଖାଆନ୍ତୁ
ଆପଣ କେବେ ବାଇଗଣ ଆଚାର ଖାଇଛନ୍ତି କି, ଆଜି ହିଁ ଘରେ ବନାଇ ଖାଆନ୍ତୁ
admin
Jan 23, 2021 - 12:50
Updated: Jan 23, 2021 - 12:50
ପରିବାରେ ଆଚାର ବନାଇବାରେ କୁଶଳ ଭାରତୀୟ ଗୃହିଣୀ ମାନେ । ଆମ୍ବ, ଲେମ୍ବୁ, ଲଙ୍କା, ଅଁଳା ଆଦିରେ ଆଚାର ପ୍ରସ୍ତୁତ ହେଉଥିବା ନେଇ ଆମେ ଜାଣିଛେ । କିନ୍ତୁ ଶୁଣିଛନ୍ତିକି ବାଇଗଣରେ ବି ସ୍ୱାଦିଷ୍ଟ ଆଚାର ଖୁବ ସହଜରେ ପ୍ରସ୍ତୁତ କରାଯାଇ ପାରିବ । ଯାହାକୁ ଆପଣ ବର୍ଷ ତମାମ ରଖି ଖାଇ ପାରିବେ । ଆଉ ଖୁବ କମ ସମୟ ଭିତରେ ଏହା ପ୍ରସ୍ତୁତ ହୋଇଥାଏ । ତେବେ ଜାଣି ରଖନ୍ତୁ କେମିତି କରିବେ ପ୍ରସ୍ତୁତ ।
ଆବଶ୍ୟକୀୟ ସାମଗ୍ରୀ:
ଗୋଟେ ବଡ ବାଇଗଣ
ଅଧା ଚାମଚ ପାନମଧୁରୀ
ଗୋଟେ ଚାମଚ ହଳଦୀ ଗୁଣ୍ଡ
5 ଚାମଚ ଭିନେଗାର
ଗୋଟେ କପ ଚିନି
ଗୋଟେ ଚାମଚ ଜିରା ଗୁଣ୍ଡ
ଅଧା ଚାମଚ ଗୋଲମରିଚ ଗୁଣ୍ଡ
ଗୋଟେ ଚାମଚ ସୋରିଷ
ଚାହିଦା ଅନୁଯାୟୀ ସୋରିଷ ତେଲ
ଗୋଟେ ବଡ ଚାମଚ ପଞ୍ଚ ଫୁଟଣ
ଲୁଣ ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ବାଇଗଣକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ । ଏବେ ଗୋଟେ ପ୍ୟାନ ବସାଇ ତେଲ ଗରମ କରନ୍ତୁ । ଏବେ ସେଥିରେ ପଞ୍ଚ ଫୁଟଣ ଓ ପାନମଧୁରୀ ଦିଅନ୍ତୁ । ଏବେ ସେଥିରେ ବାଇଗଣ ଖଣ୍ଡ ଦିଅନ୍ତୁ । ଏବେ ଗୋଟେ ଗୋଟେ କରି ମସଲା ଗୁଡିକୁ ପକାନ୍ତୁ ଓ ଧୀର ଆଞ୍ଚରେ ବସାନ୍ତୁ | ଅଳ୍ପ ସମୟ ପାଇଁ ଘୋଡାଇ ଦିଅନ୍ତୁ । ବାଇଗଣ ସିଝିଲା ପରେ ସେଥିରେ ଭିନେଗାର ଓ ଚିନି ଦିଅନ୍ତୁ । ତେଲ ଛାଡି ଛାଡି ଆସିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଥଣ୍ଡା ହୋଇଗଲେ କାଚ ବୋତଲରେ ଭରି ଦିଅନ୍ତୁ ।