ଆର୍ଆଇଙ୍କୁ ପ୍ରାଣାନ୍ତକ ଆକ୍ରମଣ
ଆର୍ଆଇଙ୍କୁ ପ୍ରାଣାନ୍ତକ ଆକ୍ରମଣ
ଆନନ୍ଦପୁର: ଆରଆଇଙ୍କ ଅଫିସ ଭିତରେ ପଶି ହୋଇଛି ପ୍ରାଣାନ୍ତକ ଆକ୍ରମଣ। ଘଟଣା ଘଟିଛି ଆନନ୍ଦପୁରରେ। ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ ଅଫିସ୍ ଭିତରେ ପଶି ମାରଣାସ୍ତ୍ରରେ ତାଙ୍କୁ କରିଛନ୍ତି । ଏହି ଆକ୍ରମଣରେ ଆରଆଇ ସୀମା ସିମନ୍ତିନୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଆକ୍ରମଣ କରିବା ଅଭିଯୋଗରେ ବାଙ୍ଖିଡି ଗ୍ରାମର ଜଣଙ୍କୁ ଅଟକ ରଖି ପୋଲିସ୍ ପଚରାଉଚରା କରୁଛି । ଏପର୍ୟ୍ୟନ୍ତ ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।




admin 