ଆଲିୟା-ରଣବୀରଙ୍କ ବିବାହ ସ୍ଥଗିତ!

ଆଲିୟା-ରଣବୀରଙ୍କ ବିବାହ ସ୍ଥଗିତ!

ଆଲିୟା-ରଣବୀରଙ୍କ ବିବାହ ସ୍ଥଗିତ!
ବଲିଉଡର ଚର୍ଚ୍ଚିତ ଯୋଡ଼ି ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ହେବାର ଥିଲା । ଏପରିକି ଆଲିୟା ଏଥିପାଇଁ ଡିଜାଇନର ସବ୍ୟସାଚୀଙ୍କୁ ଏକ ଲେହେଙ୍ଗା ପ୍ରସ୍ତୁତ କରିବାକୁ କହିସାରିଥିଲେ । ସଦ୍ୟତମ ଖବର ଅନୁସାରେ ଏହି ବିବାହକୁ ଆସନ୍ତା ବର୍ଷ ଯାଏ ଘୁଞ୍ଚାଇ ଦିଆଯାଇଛି । କରୋନା ମହାମାରୀ ସଂକଟ, ବୃତ୍ତିଗତ ବ୍ୟସ୍ତତା ଯୋଗୁଁ ସେମାନେ ବିବାହକୁ ଘୁଞ୍ଚାଇ ଥିବା ଜଣେ ଘନିଷ୍ଠ ସୂତ୍ର କହିଛନ୍ତି । ତେବେ ଆସନ୍ତା ବର୍ଷ କେଉଁ ମାସରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବେ ତାହା ଜଣାପଡ଼ି ନାହିଁ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଏମାନଙ୍କୁ ଏକାଠି ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ । ଡିସେମ୍ବର ୪ରେ ତାହା ମୁକ୍ତିଲାଭ କରିବାର ଅଛି ।