ଶିଶୁ ପୋଷାକ ବିକୁଛନ୍ତି ଆଲିୟା

ଶିଶୁ ପୋଷାକ ବିକୁଛନ୍ତି ଆଲିୟା

ଶିଶୁ ପୋଷାକ ବିକୁଛନ୍ତି ଆଲିୟା
ନୂଆଦିଲ୍ଲୀ: କରନ ଜୋହରଙ୍କ ସିନେମା ଷ୍ଟୁଡେଣ୍ଟ ଅଫ ଦି ଇଅର ଜରିଆରେ ବଲିଉଡରେ ପ୍ରବେଶ କରିଥିବା ମହେଶ ଭଟ୍ଟଙ୍କ ଝିଅ ଆଲିୟା ଭଟ୍ଟ ଉଦ୍ୟୋଗ ଜଗତରେ ବେଶ ସକି୍ରୟ ହେବାରେ ଲାଗିଛନ୍ତି । କିଛି ଦିନ ତଳେ ସେ ନିଜର ଶିଶୁ ବ୍ରାଣ୍ଡ ‘ଏଡ-ଏ-ମାମା’ କୁ ଉନ୍ମୋଚନ କରିଛନ୍ତି । ଦୁଇରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ବ୍ରାଣ୍ଡ ପୋଷାକ ବିକି୍ର କରୁଛନ୍ତି । ଇ-କମର୍ସ ସଂସ୍ଥା ଫାଷ୍ଟକ୍ରାଏରେ ଆଲିୟାଙ୍କ ଏହି ବ୍ରାଣ୍ଡର ପୋଷାକ ବିକି୍ର ହେଉଛି । ଆଲିୟା ନିଜେ ପୁଞ୍ଜିନିବେଶ କରି ଏହି ଷ୍ଟାର୍ଟଅପ ସଂସ୍ଥା ଗଠନ କରିଛନ୍ତି । ଏଡ ଏ ମାମାର ତିନିଟି କଲେକ୍ସନ ରହିଛି । ତାହା ହେଉଛି ସ୍କ୍ୱାଡ, ଫ୍ରେଣ୍ଡସ ଅଫ ଓସନ ଓ କାଣ୍ଡିଲ୍ୟାଣ୍ । ପିଲାମାନଙ୍କ ପାଇଁ ଟପସ, ଟିଜ, ସାର୍ଟ, ସ୍କଟ, ଡ୍ରେସ, କମ୍ପସୁଟ ଏବଂ ବଟମସ ଆଦି ଏହି ସଂସ୍ଥା ବିକି୍ର କରୁଛି । ସମ୍ପୂର୍ଣ୍ଣ ପ୍ରାକୃତିକ ଫାଇବର ଏଡ-ଏ-ମାମାର ପୋଷାକ ଗୁଡ଼ିକ ତିଆରି କରାଯାଇଛି । ଏଭଳିକି ଏହାର ବଟମ ଗୁଡ଼ିକ ମଧ୍ୟ ପ୍ଲାଷ୍ଟିକ ନୁହେଁ । କେବଳ ଏହି ସଂସ୍ଥା ନୁହେଁ, ଏହା ପୂର୍ବରୁ ଆଲିୟା କୋଏଜଜିଷ୍ଟ, ନାୟକା, ଏବଂ ମିସୁ ଭଳି ଷ୍ଟାର୍ଟଅପ ସଂସ୍ଥାରେ ମଧ୍ୟ ପୁଞ୍ଜିନିବେଶ କରିଥିଲେ