ଆଶ୍ଚର୍ଯ୍ୟ : ପଚାଶ ପଇସାରେ ଦୋସା

ଆଶ୍ଚର୍ଯ୍ୟ : ପଚାଶ ପଇସାରେ ଦୋସା

ଆଶ୍ଚର୍ଯ୍ୟ : ପଚାଶ ପଇସାରେ ଦୋସା

ଦିଲ୍ଲୀ : ପଚାଶ ପଇସାରେ ଏବେ କଣ ମିଳୁଛି । ଏହି ପ୍ରଶ୍ନଟି ଯଦି କାହାକୁ ପଚରାଯିବ,ସେ ଚିନ୍ତାରେ ପଡ଼ିଯିବ । ସତରେ ପଚାଶ ପଇସାରେ କିଛି ତ ମିଳୁନି । ଦୋସା ଗୋଟେ ଏତିକି ଦାମ୍ ବିକ୍ରି ହେବା ଆଜିର ସମୟରେ ବିଚିତ୍ର ଘଟଣାଟେ ନିଶ୍ଚିତ । ଏହି ପଚାଶ ପଇସାରେ ଦୋସା ୧୯୭୧ ରେ ମିଳୁଥିଲା । ଦିଲ୍ଲୀରେ ଥିବା ମୋତି ମହଲ କାଫେଟେରିଆରେ ସେତେବେଳେ ଗୋଟେ ଦୋସାର ଦାମ୍ ୫୦ ପଇସା ଓ କପେ କଫିର ମୂଲ୍ୟ ୫୦ ପଇସା ଥିଲା ।

୫୨ ବର୍ଷ ତଳର ସେଇ କାଫେଟେରିଆର ବିଲ୍ କୁ କେହି ଜଣେ ଗ୍ରାହକ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି । ସେ ଯୁଗରେ ୫୦ ପଇସାର ମୂଲ୍ୟ ବି କିଛି କମ୍ ନଥିଲା ।  ଆଜି ସେହି କାଫେଟେରିଆର ମସଲା ଦୋସାର ଦାମ୍ ୧୫୦ ଟଙ୍କା ଛୁଇଁଲାଣି ,କ୍ୟାପେଚିନୋ କଫି କପେର ମୂଲ୍ୟ ୯୦ ଟଙ୍କାରେ ଗ୍ରାହକଙ୍କୁ ମିଳୁଛି ।