ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିପାରେ !

ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିପାରେ !

ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିପାରେ !

ନୂଆଦିଲ୍ଲୀ: ଆସନ୍ତା ୬-୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିପାରେ । ଯଦି କରୋନା ନିୟମାବଳିର ସଠିକ ଭାବେ ପାଳନ ନହୁଏ ତେବେ ୬ରୁ ୮ ସପ୍ତାହ ମଧ୍ୟରେ ଦେଶରେ ତୃତୀୟ ଲହର ଆସିଯିବ ବୋଲି ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ କହିଛନ୍ତି । ଦେଶରେ ଅଧିକାଂଶ ଲୋକ ଟିକା ନେବା ପର୍ଯ୍ୟନ୍ତ କରୋନା ନିୟମାବଳି ଭଲଭାବେ ପାଳନ କରିବାକୁ ପଡ଼ିବ । କଟକଣା ଅଧିକ କଡ଼ାକଡ଼ି କରିବା ସହ ସଂକ୍ରମଣ ବଢ଼ୁଥିବା ସ୍ଥାନମାନଙ୍କରେ ସ୍ୱତନ୍ତ୍ର ଭାବେ ଲକଡାଉନ କରିବା ପାଇଁ ଗୁଲେରିଆ କହିଛନ୍ତି । ତେବେ ସଂକ୍ରମଣ ରୋକିବା ଦିଗରେ ଆମକୁ ମିଳିମିଶି କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଗୁଲେରିଆ କହିଥିଲେ, ତୃତୀୟ ଲହର ଅବଶ୍ୟମ୍ଭାବୀ ଏବଂ ଆଗାମୀ ସେପ୍ଟେମ୍ବର-ଅକ୍ଟୋବରରେ ଏହା ଆରମ୍ଭ ହୋଇଯାଇପାରେ । ଦେଶରେ ସକ୍ରିୟ ମାମଲା କମିବାପରେ ବିଭିନ୍ନ ରାଜ୍ୟରେ କଟକଣା କୋହଳ କରାଗଲା । କଟକଣା କୋହଳ ହେବାରୁ ବଜାର ଏବଂ ସର୍ବସାଧାରଣ ସ୍ଥାନମାନଙ୍କରେ କୋଭିଡ ନିୟମାବଳିର ଖୋଲା ଉଲ୍ଳଂଘନ କରାଗଲା । ତେଣୁ କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି । ଦେଶରେ କିଛି ଜିଲ୍ଲାରେ ପଜିଟିଭ ହାର ଏବେ ବି ୧୦ ପ୍ରତିଶତରୁ ଅଧିକ ରହିଛି । ତେଣୁ ଟିକାକରଣ ସରିବା ପର୍ଯ୍ୟନ୍ତ ସମସ୍ତେ କୋଭିଡ ନିୟମାବଳିର ପାଳନ କରିବାପାଇଁ ଗୁଲେରିଆ କହିଛନ୍ତି ।