ଆୟରଙ୍କ ଟିପ୍ପଣୀକୁ ନେଇ ଗାଙ୍ଗୁଲି ଅଡୁଆରେ

ଆୟରଙ୍କ ଟିପ୍ପଣୀକୁ ନେଇ ଗାଙ୍ଗୁଲି ଅଡୁଆରେ

ଆୟରଙ୍କ ଟିପ୍ପଣୀକୁ ନେଇ ଗାଙ୍ଗୁଲି ଅଡୁଆରେ
ଦୁବାଇ : ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ଶ୍ରେୟସ ଆୟାରଙ୍କ ଏକ ଟିପ୍ପଣୀ ପାଇଁ ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଅଡ଼ୁଆରେ ପଡ଼ିଯାଇଛନ୍ତି । ପୂର୍ବରୁ ଗାଙ୍ଗୁଲିଙ୍କ ନାମରେ ଆସିଥିବା ଦ୍ୱୈତସ୍ୱାର୍ଥ ପ୍ରସଙ୍ଗ ପୁଣି ମୁଣ୍ଡ ଟେକିଛି । ରବିବାର ରାତିରେ କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ ପୂର୍ବରୁ ଆଇପିଏଲ ପ୍ରସାରଣ ସଂସ୍ଥାର ଭାଷ୍ୟକାର ସାଇମନ ଡଲଙ୍କୁ ଆୟର କହୁ କହୁ କହି ଦେଇଥିଲେ, ରିକି ପଣ୍ଟିଂ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ମାର୍ଗଦର୍ଶକ ପାଇଥିବାରୁ ମୁଁ ବାସ୍ତବରେ ଭାଗ୍ୟବାନ । ସେମାନେ ପାଖରେ ଥିବାରୁ ମୋ କାମ ସହଜ ହୋଇଯାଇଛି ।’ ଆୟରଙ୍କ ଏହି ଟିପ୍ପଣୀ ଅନ୍ୟ ଆଇପିଏଲ ଫ୍ରାଞ୍ଚାଇଜଙ୍କ ପାଇଁ ପ୍ରଶ୍ନ ଉଠାଇବାର ସୁଯୋଗ ଦେଇଛି । ଏହା ଦ୍ୱାରା ଗାଙ୍ଗୁଲି ପରୋକ୍ଷରେ ଆୟର ଏବଂ ଦିଲ୍ଲୀ କ୍ୟାପିଟାଲସ ପଛରେ ରହିଛନ୍ତି ବୋଲି ସୂଚନା ମିଳିଥିଲା । ଅବଶ୍ୟ ଗତବର୍ଷ ପର୍ଯ୍ୟନ୍ତ ଗାଙ୍ଗୁଲିଙ୍କ ସମର୍ଥନ ପାଇଥିବା କହିଥିବାରୁ ଫ୍ରାଞ୍ଚାଇଜ ମାଲିକ ଓ ଅନ୍ୟ ବିସିସିଆଇ ସଦସ୍ୟଙ୍କ ଏହା ଭ୍ରୁକୁଞ୍ଚନ ସୃଷ୍ଟି କରିଛି । ଗାଙ୍ଗୁଲି ଜେଏସଡବ୍ଲୁ୍ୟ ସିମେଣ୍ଟ ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିବା ବେଳେ ଏହିୀ କମ୍ପାନୀ ଦିଲ୍ଲୀ କ୍ୟାପିଟାଲସର ୫୦ ପ୍ରତିଶତ ଅଂଶଧନ ମଧ୍ୟ ରଖିଛି । ଏହାକୁ ନେଇ ଅତୀତରେ ଗାଙ୍ଗୁଲିଙ୍କ ନାମରେ ଦ୍ୱୈତସ୍ୱାର୍ଥ ମାମଲା ଆସିବାରୁ ସେ ଓହରି ଯାଇଛନ୍ତି ।