ନଭେମ୍ବର ୧ରୁ ଖୋଲିବ କଲେଜ

ନଭେମ୍ବର ୧ରୁ ଖୋଲିବ କଲେଜ

ନଭେମ୍ବର ୧ରୁ ଖୋଲିବ କଲେଜ
ଭୁବନେଶ୍ୱର : ନଭେମ୍ବର ପହିଲାରୁ ଆରମ୍ଭ ହେବ ୟୁଜି ଓ ପିଜି ପ୍ରଥମ ବର୍ଷ କ୍ଲାସ । ସ୍ୱତନ୍ତ୍ର କମିଟି ଦ୍ୱାରା ପ୍ରଦତ୍ତ ଏକାଡେମି କ୍ୟାଲେଣ୍ଡରକୁ ଗ୍ରହଣ କରିଛି ୟୁଜିସି । କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର ୩୧ ସୁଦ୍ଧା ଆଡମିଶନ ପ୍ରକ୍ରିୟା ଶେଷ କରାଯିବ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ନଭେମ୍ବର ୧ରୁ କ୍ଲାସ ଆରମ୍ଭ ହେବ । ମାର୍ଚ୍ଚ ୮ରୁ ୨୬ ମଧ୍ୟରେ ପରୀକ୍ଷା ପାଇଁ ସମୟ ଧାର୍ୟ୍ୟ କରାଯାଇଛି । ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ଯାଏ ସେମିଷ୍ଟାର ବ୍ରେକ, ୫ରୁ ସେମିଷ୍ଟାର କ୍ଲାସ ଆରମ୍ଭ କରାଯିବ । ଅଗଷ୍ଟ ୧ରୁ ୮ ଯାଏ ପରୀକ୍ଷା ପ୍ରସ୍ତୁତି କରାଯିବ । ଅଗଷ୍ଟ ୯ରୁ ୨୧ ବାର୍ଷିକ ପରୀକ୍ଷା କରାଯିବ । ପ୍ରକାଶ ଯେ, କରୋନା ପାଇଁ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରି ଦିଆଯାଇଥିଲା । ସ୍କୁଲ କଲେଜ କେବେ ଖୋଲିବ ସେନେଇ କୌଣସି ସୂଚନା ମଧ୍ୟ ନଥିଲା । ଅନଲକ ୪ରେ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିଲେ । ଏବେ କିନ୍ତୁ କଲେଜ କ୍ଲାସ ଆରମ୍ଭକୁ ନେଇ ସୂଚନା ଦିଆଯାଇଛି ।