ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ସୀମା

ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ସୀମା

ବଢ଼ିଲା ଯୁକ୍ତ ୨ ନାମଲେଖା ସମୟ ସୀମା
ଭୁବନେଶ୍ୱର : ପ୍ରଥମ ପର୍ୟ୍ୟାୟ ଯୁକ୍ତ ୨ ନାମଲେଖା ସମୟ ସୀମା ବଢ଼ିବା ନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଏକାଦଶ ଶ୍ରେଣୀରେ ପ୍ରଥମ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ନାମଲେଖାକୁ ଚଳିତ ମାସ ୩୦ ତାରିଖ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି । ନାମଲେଖା ପ୍ରକିୟା ସମୟରେ କୋଭିଡ ନିଦେ୍ର୍ଧଶାବଳୀ ଉପରେ କଡ଼ା ନଜର ରଖିବା ପାଇଁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ସମସ୍ତ ଅଧ୍ୟକ୍ଷ ଓ ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଆଡମିଶନ ଇନଚାର୍ଜଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ନିୟମ ଠିକରେ ପାଳନ ହେଉଛି କି ଜିଲା ଶିକ୍ଷାଧିକାରୀଙ୍କୁ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକ ବୁଲି ଦେଖିବା ପାଇଁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକର ଆଡମିଶନ ଇନଚାର୍ଜଙ୍କୁ ସିବିଏସଇ ଓ ଆଇସିଏସଇ ଛାତ୍ରଙ୍କ ଡିଜିଲକର ସାର୍ଟିଫିକେଟ ଜରିଆରେ ନାମଲେଖା କରିବାକୁ ଅନୁରୋଧ କରାଯାଇଛି । ତେବେ ନାମଲେଖା ତାରିଖ ଠାରୁ ଏକ ମାସ ମଧ୍ୟରେ ଯାଞ୍ଚ ପାଇଁ ମୂଳ ପ୍ରମାଣପତ୍ର ଦେବାକୁ ସେହି ଛାତ୍ରଛାତ୍ରୀମାନଙ୍କୁ କୁହାଯିବାକୁ ନିଦେ୍ର୍ଧଶ ଦିଆଯାଇଛି ।