ଆୟୁଷ କମାଉଛି କୋଭିଡ!
ଆୟୁଷ କମାଉଛି କୋଭିଡ!
ଲଣ୍ଡନ: ସୋମବାର ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୋଭିଡ-୧୯ ମହାମାରୀ ଲୋକଙ୍କ ଆୟୁଷକୁ ବହୁ ପରିମାଣରେ କମାଇ ଦେଇଛି । ୨୦୨୦ରେ ଆମେରିକୀୟଙ୍କ ଆୟୁଷ ସମ୍ଭାବ୍ୟତା ୨ ବର୍ଷରୁ ଅଧିକ କମିଯାଇଛି । ଅଧ୍ୟୟନ ଅନୁସାରେ ୨୯ଟି ଦେଶରୁ ୨୨ ଟି ଦେଶରେ ହାରାହାରି ଆୟୁଷ ୨୦୧୯ ତୁଳନାରେ ୬ ମାସରୁ ଅଧିକ କମିଯାଇଛି । ୨୯ଟି ଦେଶରୁ ୨୭ଟି ଦେଶରେ ଜୀବନ ସମ୍ଭାବ୍ୟତା ହ୍ରାସ ପାଇଛି । ୨୯ଟି ଦେଶ ଭିତରେ ୟୁରୋପ, ଆମେରିକା ଓ ଚିଲି ରହିଛି । ୨୦୨୦ରେ ଏହି ଆୟୁଷ ହ୍ରାସର ପ୍ରମୁଖ କାରଣ ହେଉଛି କୋଭିଡ-୧୯ ଜନିତ ମୃତୁ୍ୟ । ମହାମାରୀ ଆରମ୍ଭ ହେବାଠାରୁ ସାରା ବିଶ୍ୱରେ ପ୍ରାୟ ୫୦ ଲକ୍ଷଙ୍କର ହୋଇଥିବା ରିପୋର୍ଟ କରାଯାଇଛି । ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଏପିଡେମିଓଲୋଜିରେ ଏହି ଗବେଷଣାର ରିପୋର୍ଟ ପ୍ରକାଶ ପାଇଛି । ଅଧ୍ୟୟନ ଅନୁଯାୟୀ କୋଭିଡ-୧୯ ଯୋଗୁ ଅଧିକାଂଶ ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଜୀବନ ସମ୍ଭାବ୍ୟତା ଅଧିକ କମିଛି ।




admin 