ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଲେ ଜାଦେଜା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଲେ ଜାଦେଜା

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବାଦ ପଡିଲେ ଜାଦେଜା
ଆଘାତପ୍ରାପ୍ତ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାର ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ପଡ଼ିଛନ୍ତି । ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଫେବୃୟାରୀ ୫ ତାରିଖରୁ ଚେନ୍ନାଇରେ ଆରମ୍ଭ ହେବ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବଲ ତାଙ୍କ ଗ୍ଲୋବସରେ ଜୋରରେ ବାଜିଥିଲା । ତାଙ୍କୁ ଡାକ୍ତରୀ ଚିକିତ୍ସା କରାଯାଇଥିଲା । ତାଙ୍କ ବାମହାତ ବୁଢ଼ାଆଙ୍ଗୁଠି ଖଞ୍ଜାରୁ ଖସି ଯାଇଥିଲା ବେଳେ ଏବେ ତାଙ୍କର ବ୍ୟାଣ୍ଡେଜ ହୋଇଛି । ଫଳରେ ସେ ସିଡନି ଟେଷ୍ଟର ତୃତୀୟ ଓ ଚତୁର୍ଥ ଦିବସରେ ପଡିଆକୁ ଓହ୍ଲାଇ ନାହାନ୍ତି । ଅଷ୍ଟ୍ରେଲିଆ ଦ୍ୱିତୀୟ ପାଳିରେ ସେ ବୋଲି କରିପାରିନଥିଲା ବେଳେ ଭାରତର ଦ୍ୱିତୀୟ ପାଳିରେ ମଧ୍ୟ ବ୍ୟାଟି କରିବା ଅବସ୍ଥାରେ ନାହାନ୍ତି । ଏବେ ସେ ସୁସ୍ଥ ହେବା ପାଇଁ ଅତି କମରେ ୪ ରୁ ୬ ସପ୍ତାହ ଲାଗିବ ବୋଲି ଭାରତୀୟ କି୍ରକେଟ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ । କିନ୍ତୁ ସିଡନି ଟେଷ୍ଟ ବଞ୍ଚାଇବାର ଆବଶ୍ୟକତା ପଡିଲେ ସେ ଯନ୍ତ୍ରଣା ନିବାରକ ଇଞ୍ଜେକସନ ନେଇ ବ୍ୟାଟିଂ କରିପାରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।