ଇସ୍ତଫା ଦେଲେ ବୋରିସ୍ ଜନ୍ସନ୍
ଇସ୍ତଫା ଦେଲେ ବୋରିସ୍ ଜନ୍ସନ୍
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ଇସ୍ତଫା ଘୋଷଣା କରିଛନ୍ତି। ୨୦୧୯ରେ ସେ ନିର୍ବାଚିତ ହୋଇଥିଲେ। କୋଭିଡ ପାନଡେମିକ୍ ବେଳେ ଏହାର ସଫଳ ମୁକାବିଲାକୁ ନେଇ ନିଜ ଉପଲବ୍ଧିକୁ ବଖାଣିଛନ୍ତି ଜନ୍ସନ୍। ସମଗ୍ର ୟୁରୋପରେ ବ୍ରିଟେନରେ ପ୍ରଥମେ କୋଭିଡ୍ ଟିକା ଅଭିଯାନର ଶୁଭାରମ୍ଭ କରାଯାଇଥିବା ସେ କହିଛନ୍ତି।
ଯୌନ କେଳେଙ୍କାରୀକୁ ନେଇ ବିବାଦରେ ଫସିବା ପରେ କନ୍ଜରଭେଟିଭ୍ ପାର୍ଟିର ନେତା ଭାବେ ଇସ୍ତଫା ପରେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ପ୍ରଧାନମନ୍ତ୍ରୀ ପଦରୁ ବି ଇସ୍ତଫା ଦେବାକୁ ରାଜି ହୋଇଥିଲେ।
ଜନ୍ସନ୍ ବିବାଦ ଘେରକୁ ଆସିବା ପରେ ଆଉ ପଦରେ ରହିବା ଉଚିତ ନୁହେଁ ବୋଲି ମତ ରଖି ତାଙ୍କ ଦଳରୁ ଅନେକ ନେତା ଇସ୍ତଫା ଦେଇଥିଳେ । ଏପରିକି ଜନ୍ସନ୍ଙ୍କ ଇସ୍ତଫା ଦାବି କରି ଗତ ୪୮ ଘଣ୍ଟାମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ସରକାରରୁ ଓହରିଯାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିଜ କନ୍ଜରଭେଟିଭ୍ ପାର୍ଟିର ପ୍ରାୟ ୧୨ ଜଣ ମନ୍ତ୍ରୀ ଖୋଲାଖୋଲି ଭାବେ ଜନ୍ସନ୍ଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ତେବେ ଆଗାମୀ ଅକ୍ଟୋବର ପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଦଳର ଅନ୍ୟ କେହି ନେତା ନିଯୁକ୍ତି ନହେବା ପର୍ୟ୍ୟନ୍ତ ଜନ୍ସନ୍ ପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟରତ ରହିବେ।
ତା’ପରେ ବୋରିସ୍ ଜନ୍ସନ୍ଙ୍କ ସ୍ଥାନରେ ଅନ୍ୟ କେହି ପ୍ରଧାନମନ୍ତ୍ରୀ ହେବେ ବୋଲି ସୂଚନା ରହିଛି। ୨୦୧୯ ମସିହାରେ ଜନ୍ସନ୍ ବହୁ ସଂଖ୍ୟକ ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଭାବେ ଜିତିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜନ୍ସନ୍ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା। ସେ ଜଣେ ମହିଳା ସାଂସଦଙ୍କୁ ଯୌନ ଶୋଷଣ କରି ତାଙ୍କର ପଦୋନ୍ନତି କରାଇଥିବା ଅଭିଯୋଗ ହୋଇଥିଲା। ୨୦୧୯ ମସିହାରୁ ତାଙ୍କ ବିରୋଧରେ ଏହି ମାମଲା ଆସିଥିବା ବେଳେ ଏ ଯାଏ ସେ ଦୋଷ ମୁକ୍ତ ହୋଇ ନାହାନ୍ତି।




admin 