ଉଡନ୍ତା ଟ୍ୟାକ୍ସି ଉନ୍ମୋତି

ଉଡନ୍ତା ଟ୍ୟାକ୍ସି ଉନ୍ମୋତି

ଉଡନ୍ତା ଟ୍ୟାକ୍ସି ଉନ୍ମୋତି
ନୂଆଦିଲ୍ଲୀ : ବିଶ୍ୱର ପ୍ରଥମ ଅଲ-ଇଲେକ୍ଟ୍ରିକ୍ ଉଡନ୍ତା ଟ୍ୟାକ୍ସିର ଉନ୍ମୋଚନ କରାଯାଇଛି । ଗୁରୁବାର ଏହାର ପ୍ରଥମ ଉଡାଣ କରାଯାଇଥିଲା । ଜର୍ମାନିଭିତିକ ଷ୍ଟାର୍ଟଅପ୍ ଲିଜିୟମ ଏହାକୁ ପ୍ରସ୍ତୁତ କରିଛି । ୫ ସିଟ୍ ବିଶିଷ୍ଟ ଏହି ଉଡନ୍ତା ଟ୍ୟାକ୍ସିକୁ ପାଇଲଟ୍ କିମ୍ବା ଡ୍ରୋନ ମୋଡରେ ଉଡାଯାଇପାରିବ ବୋଲି କମ୍ପାନି ପ୍ରକାଶ କରିଛି । ୨୦୨୫ ସୁଦ୍ଧା ସମଗ୍ର ବିଶ୍ୱରେ ଏହା ସହରଗୁଡିକ ମଧ୍ୟରେ ଉଡିବ ବୋଲି ଲିଲିୟମ ସୂଚନା ଦେଇଛନ୍ତି । ରାଇଡ ଅନୁଯାୟୀ ଲୋକେ ପେମେଂଟ କରିବେ । ତେବେ ଉଡାଣ ପ୍ରଦୁଷଣମୁକ୍ତ ରହିବ ଏବଂ ଏକ କାର୍ ତୁଳନାରେ ଏହା ୫ ଗୁଣ ଅଧିକ ବେଗରେ ଯିବ । ମୋଟରବାଇକ ତୁଳନାରେ ଏଥିରେ ଶବ୍ଦ କମ୍ ଆସିବ । ଲିଲିୟମ ନିକଟରେ ୧୦୦ ନିୟୁତ ଡଲାର ପାଣ୍ଠି ରହିଛି । ବଜାରକୁ ଏହି ଉଡାନ୍ତ ଟ୍ୟାକ୍ସି ଆଣିବାକୁ ହେଲେ କମ୍ପାନି ଆଉ ସମାନ ପରିମାଣର ଅର୍ଥ ଯୋଗାଡ କରିବାକୁ ପଡିବ । ଏହା ସହିତ କମ୍ପାନିକୁ ଏହାର କର୍ମଚାରୀ ସଂଖ୍ୟା ମଧ୍ୟ ବଢାଇବାକୁ ପଡିବ ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାନିଏଲ ୱେଗାନ ପ୍ରକାଶ କରିଛନ୍ତି ।