ଏହି ସ୍ଥାନରେ କରୋନା ଶବ୍ଦ କହିଲେ ହେବ ଜେଲ୍‌ ।

ଏହି ସ୍ଥାନରେ କରୋନା ଶବ୍ଦ କହିଲେ ହେବ ଜେଲ୍‌ ।

ଏହି ସ୍ଥାନରେ କରୋନା ଶବ୍ଦ କହିଲେ ହେବ ଜେଲ୍‌ ।
ମଧ୍ୟ ଏସିଆରେ ଥିବା ତୁର୍କମେନିସ୍ତାନ ରାଷ୍ଟ୍ରର ନିୟମକୁ ନେଇ ଏବେ ବିଶ୍ୱ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ସ୍ଥାନୀୟ ପ୍ରତିନିଧିଙ୍କ ତଥ୍ୟ ଅନୁସାରେ, ସେଠାରେ କୌଣସି ଲୋକ ‘କରୋନା’ ଶବ୍ଦ କହିପାରିବେ ନାହିଁ କିମ୍ବା ଲେଖିପାରିବେ ନାହିଁ । ଏହି ନିୟମ ଅମାନ୍ୟ କଲେ ସେହି ବ୍ୟକ୍ତିଙ୍କୁ ଜେଲ ଦଣ୍ଡ ହେବ । ସେଠା ଲୋକ ମଧ୍ୟ ସରକାରଙ୍କ ପ୍ରଣୀତ ଏହି ନିୟମକୁ ସସମ୍ମାନେ ପାଳନ କରୁଥିବାର ପ୍ରକାଶ । ତୁର୍କମେନିସ୍ତାନର ରାଷ୍ଟ୍ରପତି ଏହି ନିୟମ ପ୍ରଣୟନ କରିଥିବା ବେଳେ ସେଠା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଏହି ନିୟମ ପାଳନ କରିବା ପାଇଁ ବାଧ୍ୟ କରୁଥିବାର ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ, କ’ଣ ପାଇଁ ସେଠାରେ କରୋନା ଶବ୍ଦକୁ ନେଇ ଏତେ କଟକଣା କରାଯାଇଛି ।