ଓଏଏସ୍ ପାଇଲେ ମହିଳା କନଷ୍ଟେବଳ

ଓଏଏସ୍ ପାଇଲେ ମହିଳା କନଷ୍ଟେବଳ

ଓଏଏସ୍ ପାଇଲେ ମହିଳା କନଷ୍ଟେବଳ
କୋରାପୁଟ - ଜିଲ୍ଲା ପୁଲିସରେ କାର୍ଯ୍ୟରତ ମହିଳା କନଷ୍ଟେବଳ ଋତୁ ସିଂହ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି। ବର୍ତ୍ତମାନ ଋତୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ୨୦୧୮ରେ ଅନୁଷ୍ଠିତ ଓପିଏସ୍ସି ପରୀକ୍ଷା ପ୍ରଥମଥର ପାଇଁ ଦେଇ ୨୦୪ ର୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କୌଣସି କୋଚିଂ ନନେଇ ତାଙ୍କ ଝିଅ ଓଏଏସ୍ ପାଇଥିବା ଋତୁଙ୍କ ବାପା ରାଜା ରାମ ସିଂହ ପ୍ରତିକ୍ରିୟା ରଖିଛନ୍ତି। ଋତୁ ଜଣେ କ୍ରୀଡ଼ାବିତ୍ ଭାବେ ପରିଚିତ ଥିବାବେଳେ ସେ ପୂର୍ବରୁ ୧୯ ବର୍ଷରୁ କମ୍ ଓଡ଼ିଶା କ୍ରିକେଟ୍ ଟିମର ଅଧୀନାୟିକା ଭାବେ ଦାୟିତ୍ୱ ତୁଲାଇଥିଲେ। ଋତୁଙ୍କ ସଫଳତାକୁ ନେଇ ଜୟପୁରବାସୀ ଖୁସୀ ପ୍ରକଟ କରିଥିବାବେଳେ ଏସ୍ପି ମୁକେଶ କୁମାର ଭାମୁଙ୍କ ସମେତ ଜିଲ୍ଲା ପୁଲିସର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଅଭିନନ୍ଦନ ଜଣାଇଛନ୍ତି।