ଓଡ଼ିଆ ସାହିତ୍ୟର ଆଧୁନିକୀକରଣ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ସାହିତ୍ୟର ଆଧୁନିକୀକରଣ ହେବା ଦରକାର – ଧର୍ମେନ୍ଦ୍ର ପ୍ରଧାନ
admin
Apr 13, 2021 - 05:17
Updated: Apr 13, 2021 - 05:17
କଟକ, ଏପ୍ରିଲ – ଓଡ଼ିଆ ଜାତିର ସାହିତି୍ୟକ କୃତିକୁ ଲମ୍ବା ସମୟ ଧରି ସଂରକ୍ଷଣ କରିବା ସହ ଓଡିଆ ସାହିତ୍ୟକୁ ଆଧୁନିକୀକରଣ ଭାବେ ଉପସ୍ଥାପିତ କରିପାରିଲେ ହିଁ ଓଡ଼ିଆ ଜାତି ଏବଂ ସାହିତ୍ୟ ସମୃଦ୍ଧ ହୋଇପାରିବ ବୋଲି ସୋମବାର ମାସିକ ସାରସ୍ୱତ ସାହିତ୍ୟ ପତ୍ରିକା ‘ଝଙ୍କାର’ର ୭୨ତମ ବାର୍ଷିକୀ ଅବସରରେ କଟକ ଠାରେ ଆୟୋଜିତ ପ୍ରଜାତନ୍ତ୍ର ପ୍ରଚାର ସମିତିର ବାର୍ଷିକ ସାରସ୍ୱତ ଉତ୍ସବ ‘ବିଷୁବ ମିଳନ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଆ ସାହିତ୍ୟ ଜଗତରେ ‘ଝଙ୍କାର’ ଭଳି ପତ୍ରିକା ଆରମ୍ଭ କରିଥିବା ଡ. ହରେକୃଷ୍ଣ ମହତାବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାଷାଭିତିକ ରାଜ୍ୟ ଗଠନର
୧୦୦ ବର୍ଷ ପୂର୍ତି ହେବ ଏବଂ ୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରିବ । ଏହି ସମୟରେ ଓଡ଼ିଆ ଭାଷା ସାହିତ୍ୟକୁ ଗୁରୁତ୍ୱ ଦେବା ସହ ଆଦିକବି ସାରଳା ଦାସଙ୍କ ଠାରୁ ଆରମ୍ଭ ହୋଇଥିବା ଓଡ଼ିଆ ପୁସ୍ତକକୁ ବହୁଭାଷାରେ ପ୍ରକାଶିତ କରିବା ଆମର ଦାୟିତ୍ୱ ହେବା ଦରକାର । ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ପୁସ୍ତକ ବହୁ ଆଂଚଳିକ ଭାଷାରେ ପ୍ରକାଶିତ ହୋଇ ସମସ୍ତଙ୍କ ଦ୍ୱାରା ଆଦୃତ ଲାଭ କରିପାରିଛି । ଏହିପରି ଭାବରେ ଆଗାମୀ ଦିନର ପ୍ରବାହରେ ଓଡ଼ିଆ ସାହିତ୍ୟ ଓ ସମ୍ପନ୍ନତାକୁ ବହୁଭାଷାରେ ପହଁଚାଇବା ପାଇଁ ଆମେ ଦାୟିତ୍ୱ ନେବା ଦରକାର ଏବଂ ଟେକ୍ନୋଲୋଜି ଜରିଆରେ ଓଡିଆ ଭାଷାର ସଂରକ୍ଷଣ ପାଇଁ ସଙ୍କଳ୍ପ କରିବା ଦରକାର । ନିବଉକôଳର ନିର୍ମାତା ଡ଼. ହରେକୃଷ୍ଣ ମହତାବ ସେ ସମୟରେ ସାମ୍ପ୍ରତିକ ସମାଜର ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ଦ୍ୱାରା ଲିଖିତ ଓଡ଼ିଶା ଇତିହାସ ଏହାର ପ୍ରମାଣ । ନିକଟରେ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଲୋକାର୍ପିତ ହେବା ଆମ ଓଡ଼ିଆଙ୍କ ପାଇଁ ଗୌରବ ବିଷୟ । ପ୍ରଜାତନ୍ତ୍ର ପ୍ରଚାର ସମିତିର ତକôାଳୀନ କର୍ଣ୍ଣଧାର ‘ଉକôଳ କେଶରୀ’ ଡ. ହରେକୃଷ୍ଣ ମହତାବ ବିଷୁବ ମିଳନ ଭଳି ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ । ପାରମ୍ପରିକ ପର୍ବପର୍ବାଣିରେ ସାହିତ୍ୟ ଓ ସଂସ୍କୃତି ଏବଂ ପରମ୍ପରା ନିହିତ ରହିଥିବାବେଳେ ସାହିତ୍ୟିକମାନଙ୍କର ବିରାଟ ପର୍ବ ବିଷୁବ ମିଳନ ପ୍ରତ୍ୟେକ ସାହିତ୍ୟିକକୁ ପ୍ରେରଣା ଦେଇଛି । ସେହିପରି ସମାଜରେ ସାହିତ୍ୟିକଙ୍କର ମର୍ଯ୍ୟାଦାକୁ ବୃଦ୍ଧି କରିବା ପାଇଁ ଡ. ମହତାବଙ୍କର ଝଙ୍କାର ପ୍ରକାଶନ ଅବିସ୍ମରଣୀୟ । ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ଦିଗରୁ ବିଚାର କଲେ ଝଙ୍କାର ହିଁ ପ୍ରଜାତନ୍ତ୍ର-ପ୍ରଚାର-ସମିତିର ଏକ ମହୋଜ୍ଜ୍ୱଳ ସାରସ୍ୱତ କୀର୍ତି । ଓଡ଼ିଆ ସାହିତ୍ୟକୁ ଦୀର୍ଘ ଦିନ ଧରି ଋଦ୍ଧିମନ୍ତ କରି ଆସୁଛି । ଆଗାମୀ ଦିନରେ ଆମର ପୂର୍ବପୁରୁଷଙ୍କ ସାହିତ୍ୟିକ କୃତି ଓ ବିଚାରଧାରାର ପ୍ରଚାରପ୍ରସାର ପାଇଁ ଅଧିକ ଦାୟିତ୍ୱ ନେବା ଦରକାର ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାର ଅନନ୍ୟ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ନବଉକôଳର ନିର୍ମାତା ‘ଉକôଳ କେଶରୀ’ ଡ. ହରେକୃଷ୍ଣ ମହତାବଙ୍କ କଟକ ସ୍ଥିତ ବାସଭବନ ପରିସରରେ ଥିବା ପ୍ରତିମୂର୍ତିରେ ଶ୍ରୀ ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ‘ଉକôଳ କେଶରୀ’ ଡ. ହରେକୃଷ୍ଣ ମହତାବଙ୍କ କଟକ ସ୍ଥିତ ବାସଭବନକୁ ବୁଲି ଦେଖିବା ସହ ସାଂସ୍କୃତିକ ପର୍ବ ‘ବିଷୁବ ମିଳନ’ରେ ଓଡ଼ିଶାର ସବୁ ବର୍ଗର ବିଶିଷ୍ଟ ସାହିତ୍ୟିକ, ବୁଦ୍ଧିଜୀବୀ ଓ ସାମାଲୋଚକଙ୍କୁ ଭେଟି ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।