କଂଗ୍ରେସରେ ମିଶିବେ ପ୍ୟାରୀଙ୍କ ଝିଅ

କଂଗ୍ରେସରେ ମିଶିବେ ପ୍ୟାରୀଙ୍କ ଝିଅ

କଂଗ୍ରେସରେ ମିଶିବେ ପ୍ୟାରୀଙ୍କ ଝିଅ

ଭୁବନେଶ୍ୱର : ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସରେ ଏବେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି  । ଦଳକୁ ମଜବୁତ କରିବା ପାଇଁ ବିଭିନ୍ନ ବର୍ଗର ଲୋକଙ୍କୁ ଟାଣିବାକୁ ପ୍ରୟାସ କରୁଛି ପ୍ରଦେଶ କଂଗ୍ରେସ  । ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ଘଟଣା ରାଜନୀତିକ ମହଲରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା  ।  ଏବେ ପୁଣି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି  । ପ୍ୟାରୀମୋହନ ମହାପାତ୍ରଙ୍କ ଝିଅ ଡାକ୍ତର ସିକ୍ତା ପତି କଂଗ୍ରେସରେ ଯୋଗଦାନ କରିବେ  । ବୁଧବାର ସଂଧ୍ୟା ୫ଟାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ଜାଣିବାକୁ ମିଳିଛି  । ଏହି ଅବସରରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଚେଲ୍ଲାକୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି  । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ନିଜ ଫେସବୁକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି  ।