କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୩୩ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ

କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୩୩ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ

କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୩୩ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୩ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟର ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୫୪୯ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୪, ଦେବଗଡ଼ରେ ୧, ଗଞ୍ଜାମରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୪, କଳାହାଣ୍ଡିରେ ୪, କନ୍ଧମାଳରେ ୧, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୭, କୋରାପୁଟରେ ୧, ସୁବର୍ଣ୍ଣପୁରରେ ୩ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୧୯, ବାଲେଶ୍ୱରରେ ୩୬୧, ବରଗଡରେ ୩୨୩, ଭଦ୍ରକରେ ୧୪୨, ବଲାଙ୍ଗୀରରେ ୧୯୫, ବୌଦ୍ଧରେ ୩୮୫, କଟକରେ ୯୨୨, ଦେବଗଡ଼ରେ ୧୦୦, ଢେଙ୍କାନାଳରେ ୭୬୩, ଗଜପତିରେ ୪୩, ଗଞ୍ଜାମରେ ୨୫୪, ଜଗତସିଂହପୁରରେ ୨୯୧, ଯାଜପୁରରେ ୫୪୧, ଝାରସୁଗୁଡ଼ାରେ ୧୯୧, କଳାହାଣ୍ଡିରେ ୨୪୪, କନ୍ଧମାଳରେ ୭୭, କେନ୍ଦ୍ରାପଡାରେ ୩୨୩, କେନ୍ଦୁଝରରେ ୧୭୬, ଖୋର୍ଦ୍ଧାରେ ୧୨୯୮, କୋରାପୁଟରେ ୨୪୨, ମାଲକାନାଗିରିରେ ୧୦୩, ମୟୂରଭଞ୍ଜରେ ୬୦୪, ନବରଙ୍ଗପୁରରେ ୩୬୨, ନୟାଗଡରେ ୨୨୫, ନୂଆପଡାରେ ୬୪, ପୁରୀରେ ୪୫୬, ରାୟଗଡାରେ ୧୫୬, ସମ୍ବଲପୁରରେ ୨୩୧, ସୋନପୁରରେ ୨୩୧, ସୁନ୍ଦରଗଡରେ ୫୧୨ ଓ ରାଜ୍ୟ ପୁଲରେ ୨୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଯାବତ ରାଜ୍ୟରେ ୭ ଲକ୍ଷ ୧୪ ହଜାର ୩୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୧୨୨୪ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ୧ ଲକ୍ଷ ୧୦ ହଜାର ୫୫୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି ।