କାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ

କାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ

କାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ
ଭୁବନେଶ୍ୱର: କରୋନା ଯୋଗୁଁ ସ୍କୁଲ ଗୁଡିକ ବନ୍ଦ ଥିବାବେଳେ କାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମଳିଛି । କାଲିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ସବୁ ଡିଇଓ, ବିଇଓ, ଡିପିସିଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ପକ୍ଷରୁ ଚିଠି ଦିଆଯାଇଛି । କୋଭିଡ ଗାଇଡଲାଇନ ଅନୁସାରେ ନାମ ଲେଖା ଯିବ । ଏକସମୟରେ ୫ ଜଣରୁ ଅଧିକ ଅଭିଭାବକଙ୍କୁ ସ୍କୁଲରେ ପ୍ରବେଶ ମନା ହୋଇଛି । କୋଭିଡ ଗାଇଡଲାଇନ ମାନି ନାମଲେଖା ପ୍ରକ୍ରିୟା କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ‘ଶିକ୍ଷା ସଂଯୋଗ’ ହ୍ୱାଟସ୍ଆପ ଗ୍ରୁପ ଜରିଆରେ ଅଭିଭାବକଙ୍କୁ ସୂଚନା ଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । ସୂଚନାଯୋଗ୍ୟଯେ, କରୋନା ସଂକ୍ରମଣ ଯୋଗୁଁ ଦଶମ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଗତବର୍ଷ ପିଲାଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଧୋଇଯାଇଥିବା ବେଳେ ଚଳିତ ବର୍ଷ ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯାଉଛି ।