କାହାକୁ ଦିଅନ୍ତୁ ନାହିଁ ଏହିସବୁ ଜିନିଷ, ମାଡି ଆସିବ ବିପଦ

କାହାକୁ ଦିଅନ୍ତୁ ନାହିଁ ଏହିସବୁ ଜିନିଷ, ମାଡି ଆସିବ ବିପଦ

କାହାକୁ ଦିଅନ୍ତୁ ନାହିଁ ଏହିସବୁ ଜିନିଷ, ମାଡି ଆସିବ ବିପଦ

ଭୁବନେଶ୍ୱର: ରୋଷେଇ ଘରେ ରଖାଯାଇଥିବା କିଛି ଜିନିଷର ସମ୍ପର୍କ ଆମ ଭାଗ୍ୟ ସହ ରହିଥାଏ । ସେଗୁଡ଼ିକୁ ଅନ୍ୟ କାହାକୁ କେବେହେଲେ ଦେବା ଉଚିତ ନୁହେଁ । ଏପରି କଲେ ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ । ଆସନ୍ତୁ ଜାଣିବା ରୋଷେଇଘରେ ରଖିଥିବା କି ଜିନିଷକୁ ଦାନ କରିବା ଉଚିତ ନୁହେଁ ।

- ହଳଦୀ: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ହଳଦୀର ସମ୍ପର୍କ ବୃହସ୍ପତି ଗ୍ରହ ସହ ରହିଥାଏ । ଘରେ ହଳଦୀ ସରିବାକୁ ଗୁରୁ ଦୋଷ ସହ ଯୋଡାଯାଇଥାଏ । ଗୁରୁ ଦୋଷ ଲାଗିଲେ ଘରେ ଧନର ଅଭାବ ଦେଖାଦିଏ । କ୍ୟାରିୟରରେ ଅସଫଳତା ମିଳିଥାଏ । ଏଣୁ ରୋଷେଇ ଘରୁ ହଳଦୀ କାହାକୁ ଦାନ ଦେବା ଉଚିତ ନୁହେଁ ନା କାହାଠାରୁ ଉଧାରରେ ଆଣିବା ଉଚିତ ।

- ଚାଉଳ: ଚାଉଳର ସମ୍ପର୍କ ଶୁକ୍ର ଗ୍ରହ ସହ ଥାଏ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ଐଶ୍ୱର୍ଯ୍ୟ ଏବଂ ଭୌତିକ ସୁଖର କାରକ । ଘରେ ଚାଉଳ ସରିବା ଶୁକ୍ର ଦୋଷକୁ ସୂଚାଏ । ଏହି ଦୋଷ ଲାଗିଲେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ । ଦାମ୍ପତ୍ୟ ଜୀବନରେ ନାନାଦି ଝଡ଼ ଆସିଥାଏ । ଏଥିପାଇଁ ଘରୁ କେବେହେଲେ ଚାଉଳ ସରିବା ଉଚିତ ନୁହେଁ । ଚାଉଳ ସେତେବେଳେ ଦାନ କରନ୍ତୁ ଯେତେବେଳେ ଆପଣଙ୍କ ପାଖରେ ଅଧିକ ଥିବ ।

- ଲୁଣ: ରୋଷେଇଘରେ ଲୁଣ କେବେହେଲେ ସରିବା ଅନୁଚିତ । ଲୁଣ ଡ଼ବା ସରିବା ପୂର୍ବରୁ ତାକୁ ପୁଣିଥରେ ଭରି ଦିଅନ୍ତୁ । କାରଣ ଲୁଣ ରାହୁଙ୍କ ପଦାର୍ଥ । ଲୁଣ ସରିଗଲେ ରାହୁଙ୍କ ଦୃଷ୍ଟି ଆପଣଙ୍କ ଉପରେ ପଡ଼ିଥାଏ । ଏହା ଜୀବନକୁ କଷ୍ଟରେ ଭରିଦିଏ । ହଠାତ ବିପଦ ମାଡ଼ି ଆସିପାରେ । ଏଣୁ ଲୁଣ ଦାନ ଦିଅନ୍ତୁ ନାହିଁ ନା ଉଧାର ଭାବେ ଆଣନ୍ତୁ ।

- ସୋରିଷ ତେଲ: ଘରେ ଥିବା ସୋରିଷ ତେଲ ସହ ଶନି ଗ୍ରହର ସମ୍ପର୍କ ଥାଏ । ଏଣୁ ରୋଷେଇ ଘରୁ ଏହି ତେଲ କେବେହେଲେ ସରିବା ଅନୁଚିତ । ଏପରି ହେଲେ ଆପଣ ଶନିର ପ୍ରକୋପର ଶିକାର ହୋଇପାରନ୍ତି । ଡବାରୁ ତେଲ ସରିବା ପୂର୍ବରୁ ତେଲ ଭରି ନିଅନ୍ତୁ । ଏହାଛଡ଼ା ଏହି ତେଲକୁ ମଙ୍ଗଳବାର ଏବଂ ଶନିବାର ଘରକୁ ଆଣନ୍ତୁ ନାହିଁ । ନା କାହାକୁ ଏହିଦିନ ଦାନରେ ଦିଅନ୍ତୁ ।