ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ...

ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ...

ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ...
ତାମିଲ ସୁପରଷ୍ଟାର ଅଭିନେତା ବିଜୟ ଏବେ ତାମିଲ ଇଣ୍ଡଷ୍ଟି୍ରରେ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତା ଭାବେ ଗଣା ହେଉଛନ୍ତି । ସେ ତେଲୁଗୁ ସୁପରଷ୍ଟାର ଅଭିନେତା ରଜନୀକାନ୍ତଙ୍କ ଠାରୁ ମଧ୍ୟ ଅଧିକ ଅର୍ଥ ନେଉଛନ୍ତି । ଖବର ମିଳିଛି ଅଭିନେତା ବିଜୟ ଫିଲ୍ମ ‘ଥଲପଥି ୬୫’ ରେ ଅଭିନୟ କରିବା ପାଇଁ ସାଇନ କରିଛନ୍ତି । ସେଥିପାଇଁ ସେ ଏକ ବିଲିଅନ ବା ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି । କିନ୍ତୁ ଏହି ଖବରର ଏବେ ଅଫିସିଆଲ ଘୋଷଣା ହୋଇନାହିଁ । ଥଲପଥି ୬୫ ଫିଲ୍ମ ନିର୍ମାଣ କରୁଥିବା ସନ୍ ପିକ୍ଚରସ୍ ପ୍ରଡକ୍ସନ ୫୦ କୋଟି ଟଙ୍କା ଆଡଭାନ୍ସ ଭାବେ ବିଜୟଙ୍କୁ ଦେଇସାରିଲେଣି । ଏହି ଫିଲ୍ମର ଦୁଇଜଣ ନିଦେ୍ର୍ଧଶକ ବିଜୟଙ୍କୁ ଫିଲ୍ମରେ ଅଭିନୟ କରିବାକୁ ଚୟନ କରିଥିଲା ବେଳେ ଫିଲ୍ମ ନିର୍ମାତା କିନ୍ତୁ ଏଥିରେ ରାଜି ନାହାନ୍ତି । ବିଜୟ ଏବେ ଫିଲ୍ମ ‘ମାଷ୍ଟର’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେ କଲେଜ ଅଧ୍ୟାପକଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ବିଜୟଙ୍କ ସହିତ ଅଭିନେତା ବିଜୟ ସେତୁପତି ମଧ୍ୟ ରହିଛନ୍ତି । ଫିଲ୍ମ ଚଳିତ ବର୍ଷ ଦୀପାବଳିକୁ ମୁକ୍ତିଲାଭ କରିବ । ସେହିପରି ଅଭିନେତା ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ସେ ଏହି ଫିଲ୍ମ ପାଇଁ ୯୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଏହି ଫିଲ୍ମ ପୋଙ୍ଗଲ ଉତ୍ସବରେ ମୁକ୍ତିଲାଭ କରିବ ।