ଜାନୁଆରୀ ୨୨ରେ ନିର୍ଭୟା ଦୋଷୀ ପାଇବେ ଫାସି

ଜାନୁଆରୀ ୨୨ରେ ନିର୍ଭୟା ଦୋଷୀ ପାଇବେ ଫାସି

ଜାନୁଆରୀ ୨୨ରେ ନିର୍ଭୟା ଦୋଷୀ ପାଇବେ ଫାସି
ଦିଲ୍ଲୀ - ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମାଲାରେ ଆସନ୍ତା ୨୨ତାରିଖ ସକାଳ ୭ଟାରେ ଦାଷୀଙ୍କୁ ଫାସି ଦିଆଯିବ । ଦିଲ୍ଲୀ ହାଇକୋର୍ଟ ଏଥି ନିମନ୍ତେ ଡେଥ ୱାରେଣ୍ଟି ଜାରି କରିଛନ୍ତି । ଫାଶୀ ଦେବା ଲାଗି ଜେଲରେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ନୂଆ ସ୍ଥାନ ପ୍ରସ୍ତୁତ କରାଯାଇଛି, ଯେଉଁଠି ୪ ଅଭିଯୁକ୍ତଙ୍କୁ ଏକା ସାଙ୍ଗରେ ଫାଶୀ ଦିଆଯିବ ବୋଲି ଜଣାପଡ଼ିଛି। କୋର୍ଟଙ୍କ ଆଦେଶ ପରେ ଜେଲ ପକ୍ଷରୁ ଫାଶୀ ଦିଆଯିବାରେ କୌଣସି ପ୍ରକାର ବିଳମ୍ବ କରାଯିବ ନାହିଁ ଜେଲ୍ ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନିର୍ଭୟାଙ୍କ ମା’ଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିଶନର ଶୁଣାଣି ପାଇଁ ପଟିୟାଲା ହାଉସ କୋର୍ଟ ଜାନୁୟାରୀ ୭ ଅର୍ଥାତ ମଙ୍ଗଳବାରକୁ ଦିନ ଧାର୍ଯ୍ୟ କରିଥିଲେ। ଅନ୍ୟପଟେ ଅଭିଯୁକ୍ତମାନେ ଜେଲରେ ନୂଆ ଅପରାଧ ଯୋଜନା ରଚିବାର ଷଡ଼ଯନ୍ତ୍ର କରୁଥିବା ଖବର ମିଳିଥିଲା।