ଖସିବା ପାଇଁ ରାଜାଙ୍କ ଗଳାବାଟ ...

ଖସିବା ପାଇଁ ରାଜାଙ୍କ ଗଳାବାଟ ...

ଖସିବା ପାଇଁ ରାଜାଙ୍କ ଗଳାବାଟ ...
ଭୁବନେଶ୍ୱର – କିଛି ସମୟ ପୁର୍ବରୁ ଗଣମାଧ୍ୟମ ଆଗରେ ଲମ୍ବା ଚଉଡା ଭାଷଣବାଜି ମାରୁଥିବା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଡିଗଲେକି ହରଡଘଣାରେ ! ସୁଚନାଯୋଗ୍ୟ ଯେ ଆସନ୍ତାକାଲି ଭାରତବନ୍ଦ ବାବଦରେ କହିବାକୁ ଯାଇ ବିଜେପିକୁ ଟାର୍ଗେଟ କରିବା ସହ ଏହି ବନ୍ଦକୁ ତାଙ୍କ ଦଳ ସମର୍ଥନ କରୁଛି ବୋଲି ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଥିଲେ । ହେଲେ କିଛି ସମୟ ପରେ ରାଜାଙ୍କ ଜବାବ ଦେବାକୁ ଯାଇ ବିଜେପି କହିଲା ଯେ ଏହା ତାଙ୍କ ନିଜସ୍ୱ ନା ନା ତାଙ୍କ ଦଳର ସୁପ୍ରିମୋଙ୍କ ସମର୍ଥନ ଅଛି ପ୍ରଥମେ ଦଳର ମୁଖପାତ୍ର କିମ୍ବା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରକାଶ କରନ୍ତୁ । ପରେ ପରେ ପୁଣି କଥା ବାଗେଇବାକୁ ଯାଇ ନିଜ ଟୁଇଟରରେ ଟୁଇଟ କରି ଜଣାଇଲେ ଯେ ସେ ହିନ୍ଦ ମଜଦୁର ସଭାର କାର୍ଯ୍ୟକାରୀ ସଭାପତି ଭାବରେ ଏଭଳି କହିଥିଲି । ଶ୍ରମିକ ମଜଦୁରଙ୍କ ଉନ୍ନତ୍ତି ମୋର ପ୍ରାଥମିକତା ରହିବ । ଏହା ବିଜେଡିର ନିଷ୍ପତ୍ତି ନୁହେଁ ବୋଲି ସ୍ପଷ୍ଟ କଲେ ରଣେନ୍ଦ୍ର । ଭାରତ ବନ୍ଦ ନେଇ ପାର୍ଟି ସୁପ୍ରିମୋଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବୀ ବୋଲି କହିଛନ୍ତି ଯୋଗାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସତରେ ପ୍ରକୃତରେ ରାଜା ଖସିବା ପାଇଁ ଭଲ ଗଳା ବାଟଟିଏ ପାଇଗଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।