କିଡନୀ ଖରାପ ହେବା ପୂର୍ବର ୫ଟି ଲକ୍ଷଣ ସମ୍ପର୍କରେ ଜାଣନ୍ତୁ

କିଡନୀ ଖରାପ ହେବା ପୂର୍ବର ୫ଟି ଲକ୍ଷଣ ସମ୍ପର୍କରେ ଜାଣନ୍ତୁ

କିଡନୀ ଖରାପ ହେବା ପୂର୍ବର ୫ଟି ଲକ୍ଷଣ ସମ୍ପର୍କରେ ଜାଣନ୍ତୁ
ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼ନୀ । କିଡ଼ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ମଣିଷ ଶରୀରରେ ଦୁଇଟି କିଡ଼ନୀ ଥିବା ବେଳେ ଗୋଟିଏ ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ । କିନ୍ତୁ ଲୋକମାନେ ଏହି ଲକ୍ଷଣକୁ ଜାଣି ନ ପାରି ଅସୁବିଧାରେ ପଡ଼ିଥାନ୍ତି । ଆଜି ଆମେ କିଡ଼ନୀ ଖରାପ ହେବା ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଫଳରେ ଆପଣମାନେ ପୂର୍ବରୁ ନିଜର ଚିକିତ୍ସା କରାଇ ପାରିବେ । ୧.ପେଟ ବିନ୍ଧା ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କ ପେଟର ବାମ ପଟ ବା ଡ଼ାହାଣ ପଟ ଜୋରରେ ବିନ୍ଧା ହେଉଛି । ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କିଡ଼ନୀ ଖରାପ ହେବାର ସଙ୍କେତ ହୋଇପାରେ । ୨.ହାତ ଏବଂ ଗୋଡ଼ ସିଝିବା ପରି ଦିଶିବାର ଅନେକ କାରଣ ରହିଛି । କିନ୍ତୁ ଏହା କିଡ଼ନୀ ଖରାପର କାରଣ ମଧ୍ୟ ହୋଇପାରେ । କିଡ଼ନୀ ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥ ଜମି ଯାଇଥାଏ । ଯାହା ଦ୍ୱାରା ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ ପଡ଼ି ଯାଇଥାଏ । ୩.ପରିସ୍ରାରେ ରକ୍ତ ଆସିଲେ ଏହାକୁ ଅଣଦେଖା ନ କରି ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ । ଏହା କିଡ଼ନୀ ଖରାପ ହେବାର ଲକ୍ଷଣ ହୋଇପାରେ । ୪. ଯଦି ହଠାତ୍ ଆପଣଙ୍କର ଅଜାଣତରେ ପରିସ୍ରା ବାହାରକୁ ଆସି ଯାଉଛି ବା ଏହାକୁ ଆପଣ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି ତେବେ ଏହା କିଡ଼ନୀ ଖରାପ ହେବାର ଲକ୍ଷଣ ହୋଇପାରେ । ୫. କୌଣସି ଶାରୀରିକ କାମ ନ କରି ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତେବେ ଏହା କିଡ଼ନୀ ଖରାପ ହେବାର ଲକ୍ଷଣ ହୋଇପାରେ । ଥକାପଣ ଅନୁଭବ କଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ କରାନ୍ତୁ ।