କୁଆଡେ଼ ଗଲେ ଧନଞ୍ଜୟ
କୁଆଡେ଼ ଗଲେ ଧନଞ୍ଜୟ
କଳାହାଣ୍ଡି: ଖବର ନାହିଁଁ । ମୋବାଇଲ୍ ସୁଇଚ୍ ଅଫ୍ । ୬ ଦିନ ହେବ ନିଖୋଜ ଅଛନ୍ତି କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗର ଓଭରସିଅର ଧନଞ୍ଜୟ । ତାଙ୍କ ନିଖୋଜକୁ ନେଇ ଏବେ ଜିଲ୍ଲା ସାରା ଚର୍ଚ୍ଚା । ସେ କୁଆଡେ଼ ପଳାଇଛନ୍ତି ନା ତାଙ୍କୁ କେହି ଅପହରଣ କରିଛି? କୌଣସି ଅଘଟଣ ଘଟିନି ତ? ଏମିତି ଅନେକ ପ୍ରଶ୍ନ ଧନଞ୍ଜୟଙ୍କୁ ନେଇ । ଗତ ୨୨ତାରିଖରୁ ଧନଞ୍ଜୟ ନିଖୋଜ ଥିବା ସୂଚନା ମିଳିଛି। ଅଫିସ କାମରେ ଭବାନୀପାଟଣାରରୁ ଥୁଆମୂଳ ରାମପୁର ଯାଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ତେବେ ଅଭିଯୋଗ ପରେ ତାଙ୍କର ମୋବାଇଲ ଫୋନ୍ର ଲୋକେସନ୍କୁ ଟ୍ରେସ୍ କରାଯାଇଥିଲା।
ଟ୍ରେସିଂରେ ରେ ଜଣାପଡ଼ିଥିଲା ଗୁଣପୁରଠାରୁ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି। ମୁଖ୍ୟତଃ ଏହି ଅଞ୍ଚଳ ଜଙ୍ଗଲ ଥିବାରୁ ନେଟୱର୍କ ଆସିନଥାଏ। ତାଙ୍କର କିଛି ଖବର ନପାଇ ସହକର୍ମୀ ଥୁଆମୂଳ ରାମପୁର ଥାନାରେ ଏତେଲା ଦେଇଛନ୍ତି। ଧନଞ୍ଜୟଙ୍କ ଗାଁ ରାୟଗଡା ସିରିଗୁଡ଼ିରେ। ସେଠାରେ ତାଙ୍କ ସ୍ତ୍ରୀ ଓ ପୁଅ ରୁହନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି।




admin 