କୁକୁର ହୋଇ ଜନ୍ମ, ସୈନିକ ଭାବେ ଅବସର

କୁକୁର ହୋଇ ଜନ୍ମ, ସୈନିକ ଭାବେ ଅବସର

କୁକୁର ହୋଇ ଜନ୍ମ, ସୈନିକ ଭାବେ ଅବସର
ନୂଆଦିଲ୍ଲୀ : ସିଆଇଏସ୍ଏଫ୍ ସହିତ ଅର୍ଦ୍ଧ ସାମରିକ ବାହିନୀରେ ଆଠ ବର୍ଷ କାର୍ଯ୍ୟ କରିବା ପରେ ଆଜି ୭ କୁକୁରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଆଜି ସିଆଇଏସ୍ଏଫ୍ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା । କୁକୁରମାନଙ୍କୁ ସମ୍ମାନର ସହ ଅବସର ଦିଆଯାଇଥିଲା । ସମସ୍ତ କୁକୁରମାନଙ୍କୁ ଆଜି ମେଡ଼ାଲ୍ ଓ ସାର୍ଟିଫିକେଟ୍ ଦେଇ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ, ଏହି ୭ କୁକୁର ଦୀର୍ଘ ୮ ବର୍ଷ ଧରି ସିଆଇଏସ୍ଏଫ୍ ସହ କାର୍ଯ୍ୟ କରିଆସୁଥିଲେ । ସିଆଇଏସ୍ଏଫ୍ ପକ୍ଷରୁ ଆଜି ଏ ନେଇ ଏକ ଟ୍ୱିଟ୍ କରାଯାଇଛି ଯେ, ଏହି କୁକୁରମାନେ କୁକୁର ହୋଇ ଜନ୍ମ ନେଇଥିଲେ, ମାତ୍ର ଜଣେ ଜଣେ ସୈନିକ ଭାବରେ ଅବସର ଗ୍ରହଣ କଲେ । ଏହି କୁକୁରମାନେ ସିଆଇଏସ୍ଏଫ୍ ସହ ଦିଲ୍ଲୀ ମେଟ୍ରୋରେ କାର୍ଯ୍ୟ କରୁଥିଲେ ।