କୁମାରସ୍ୱାମୀ ଗଲେ ସୁପ୍ରିମକୋର୍ଟ

କୁମାରସ୍ୱାମୀ ଗଲେ ସୁପ୍ରିମକୋର୍ଟ

କୁମାରସ୍ୱାମୀ ଗଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ:ଘଡି କି ଘଡି କର୍ଣ୍ଣାଟକ ରାଜନୀତି ପାଣିପାଗ ପରିର୍ବତନ ହେଉଛି । ସନ୍ଧ୍ୟା ୬ ଟାରେ ଥିଲା ଆସ୍ଥା ଭୋଟ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଚ କଲେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ । ରାଜ୍ୟପାଳଙ୍କୁ ଚ୍ୟାଲେଂଚ କରି ସୁପ୍ରିମକୋର୍ଟ ଗଲେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ସନ୍ଧ୍ୟା ୬ ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚାଲେଂଚ କରିଛନ୍ତି କୁମାରସ୍ୱାମୀ । ପ୍ରକାଶ ଯେ, ଆଜି ରାଜ୍ୟପାଳଙ୍କ ଡେଡଲାଇନକୁ ବାଚସ୍ପତି ଅମାନ୍ୟ କରିଥିଲେ । ରାଜ୍ୟପାଳଙ୍କ ଆଦେଶକୁ ବାଚସ୍ପତି ଖୋଲା ଚ୍ୟାଲେଞ୍ଜ କରିଥିଲେ । ଆସ୍ଥା ଭୋଟ ନକରାଇ ବାସସ୍ପତି ବିଧାନସଭାକୁ ମୁଲତବି କରିଦେଇଥିଲେ । ବାଚସ୍ପିତି ଅପରାହ୍ନ ୩ଟା ଯାଏଁ ବିଧାନସଭାକୁ ମୁଲତବି କରିଦେଇଥିଲେ । ଆଜି ୧.୩୦ ଭିତରେ ଆସ୍ଥାଭୋଟ କରିବାକୁ ନିଦେ୍ର୍ଧଶ ଥିଲା । ଏନେଇ ରାଜ୍ୟପାଳ ବାଜୁଭାଇ ଭାଲା ନିଦେ୍ର୍ଧଶ ଦେଇଥିଲେ । ତେବେ ବିତର୍କ ନସରିବା ଯାଏଁ ଆସ୍ଥା ଭୋଟ କେମିତି ହେବ ବୋଲି ବାଚସ୍ପତି କହିଥିଲେ । ବିତର୍କ ସରିଲେ ଆସ୍ଥାଭୋଟ ହୋଇପାରିବ ବୋଲି ସେ କହିଥିଲେ ।