ଆଜି ପାଟକୁରା ଭୋଟ
ଆଜି ପାଟକୁରା ଭୋଟ
admin
Jul 20, 2019 - 04:51
Updated: Jul 20, 2019 - 04:51
ଭୁବନେଶ୍ୱର:ଆଜି ପାଟକୁରା ବିଧାନସଭା ନିର୍ବାଚନ ପାଇ ଭୋଟ ହେଉଛି । ୧୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପାଟକୁରା କିଏ ଦଖଲ କରିବ ତାହା ୨୪୪୭୪୭ ଭୋଟର ନିର୍ଦ୍ଧାରଣ କରିବେ । ସକାଳ ୭ ଟାରୁ ଆରମ୍ଭ ହୋଇ ଯାଇଛି ଭୋଟ ପ୍ରକ୍ରିୟା ଆରମ୍ଭ । ଅପରାହ୍ନ ୫ଟାରେ ଭୋଟ ଦାନ ଶେଷ ହେବ । ୩୦୯ଟି ବୁଥରେ ଭୋଟ ମତଦାନ ଚାଲିଛି ।
ତେବେ ଗଲା ୨୯ ତାରିଖରେ ସାଂସଦ ପାଇଁ ମତଦାନ ବେଳେ ଯେଉଁଭଳି ଭାବେ ଶତାଧିକ ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମ ମେସିନରେ ତ୍ରୁଟି ଦେଖାଦେଇଥିଲ ସେଥିପ୍ରତି ଏଥର ସତର୍କ ନଜର ରଖିଛି ପ୍ରଶାସନ । ନିୟମ ଅନୁସାରେ ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାରରେ ସାମିଲ ଥିବା ବାହାର ଅଞ୍ଚଳର ଲୋକେ ଏହି ଅଞ୍ଚଳ ଛାଡ଼ିବା କଥା। କିନ୍ତୁ ଏବେବି ବିଜେଡି ବିଧାୟକ, ପୂର୍ବତନ ବିଧାୟକ ଓ ନେତାମାନେ ପାଟକୁରାରେ ପ୍ରଚାର ଚଳାଇଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ପାଟକୁରାରୁ ବାହାର କରିବା ପାଇଁ ବିଜେପି ଦାବି କରିଛି।
ପାଟକୁରାରେ ୩୦୯ଟି ବୁଥ୍ ମଧ୍ୟରୁ ୧୩୮ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ୪ କମ୍ପାନୀ ସିଏପିଏଫ୍ ମୁତୟନ କରାଯାଇଛି। ୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବା ବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନ୍ରେ ୱେବ୍ କାଷ୍ଟିଂ କରାଯିବ। ଏହି କାର୍ଯ୍ୟରେ ୫ ଜୋନାଲ୍ ସେକ୍ଟର ମାଜିଷ୍ଟ୍ରେଟ୍ ୫୨ ଜଣ ମାଇକ୍ରୋ ଅବଜର୍ଭର୍ ନିଯୁକ୍ତ ହୋଇଛନ୍ତି। ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏଥିପାଇଁ ୮ଟି ଜାମିନ୍ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ସହ ୨୨୪ ଜଣଙ୍କୁ ପୁଲିସ ଅଟକ ରଖିଛି।