କେ-ୱାନ୍ ଗ୍ରୁପ୍ ପକ୍ଷରୁ କ୍ୟାପିଟାଲ ଥାନାକୁ କରାଗଲା ସାନିଟାଇଜେସନ୍ ।

କେ-ୱାନ୍ ଗ୍ରୁପ୍ ପକ୍ଷରୁ କ୍ୟାପିଟାଲ ଥାନାକୁ କରାଗଲା ସାନିଟାଇଜେସନ୍ ।

କେ-ୱାନ୍ ଗ୍ରୁପ୍ ପକ୍ଷରୁ କ୍ୟାପିଟାଲ ଥାନାକୁ କରାଗଲା ସାନିଟାଇଜେସନ୍ ।
କରୋନାର ମୁକାବିଲା ପାଇଁ ସମସ୍ତେ ଏବେ ଏକାଠୀ ହୋଇ ଲଢୁଛନ୍ତି । ସରକାରଙ୍କଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀମାନଙ୍କ ପର୍ଯ୍ୟନ୍ତ ସମସ୍ତେ କରୋନା ମୁକାବିଲାରେ ଲାଗିପଡିଛନ୍ତି । ରାଜ୍ୟର ଅଗ୍ରଣୀ ସିକ୍ୟୁରିଟି ସଂସ୍ଥା କେ-ୱାନ ପକ୍ଷରୁ ମଧ୍ୟ କରୋନା ମୁକାବିଲା ପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି । କେ-ୱାନ ସିକ୍ୟୁରିଟି ଗ୍ରୁପ୍ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଅସହାୟ ମାନଙ୍କୁ ଖାଦ୍ୟ ବିତରଣ କରାଯିବ ସହିତ ମାସ୍କ ଓ ସାନିଟାଇଜର ମଧ୍ୟ ବଂଟନ କରାଯାଉଛି । ସେହିପରି କରୋନା ଯୋଦ୍ଧା ସାମ୍ବାଦିକମାନଙ୍କୁ ମଧ୍ୟ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ଆଜି କ୍ୟାପିଟାଲ ଥାନାରେ କେ-ୱାନ ଗ୍ରୁପ୍ ପକ୍ଷରୁ ସାନିଟାଇଜେସନ୍ କରାଯାଇଛି । କେ-ୱାନ ଗ୍ରୁପର ନିର୍ଦ୍ଦେଶକ ବୈଭବ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଏବେ ମାସ୍କ ବିତରଣ, ସାନିଟାଇଜେସନ୍‌, ଖାଦ୍ୟ ବଂଟନ ଭଳି କାର୍ଯ୍ୟମାନ ନିଜ ହାତକୁ ନେଇଛନ୍ତି । ଏନେଇ ଶ୍ରୀ ଚୌଧୁରୀ କହିଛନ୍ତି ଯେ, କରୋନା ମୁକାବିଲା ନେଇ ଆମ ସମସ୍ତଙ୍କର ସହଯୋଗ ରହିବା ଦରକାର । ସମସ୍ତେ ସଚେତନ ହେବା ସହିତ ଅନ୍ୟକୁ ସଚେତନ କରେଇବା ଦରକାର । ଏହି ପରିପ୍ରେକ୍ଷିରେ ଗରିବ ଓ ଅସହାୟ ମାନଙ୍କୁ ମଧ୍ୟ ନିଜର ସାଧ୍ୟ ମତେ ସହଯୋଗ କରାଯାଇବା ପାଇଁ ସେ ନିବେଦନ କରିଛନ୍ତି ।