ପୁଣି ଘୁଞ୍ଚିଲା ମହାନଦୀ ଟ୍ରିବୁ୍ୟନାଲ ଶୁଣାଣି, ମେ ୧୬ ପରିବର୍ତ୍ତେ ଜୁଲାଇ ୧୧ରେ ହେବ ଶୁଣାଣି

ପୁଣି ଘୁଞ୍ଚିଲା ମହାନଦୀ ଟ୍ରିବୁ୍ୟନାଲ ଶୁଣାଣି, ମେ ୧୬ ପରିବର୍ତ୍ତେ ଜୁଲାଇ ୧୧ରେ ହେବ ଶୁଣାଣି

ପୁଣି ଘୁଞ୍ଚିଲା ମହାନଦୀ ଟ୍ରିବୁ୍ୟନାଲ ଶୁଣାଣି, ମେ ୧୬ ପରିବର୍ତ୍ତେ ଜୁଲାଇ ୧୧ରେ ହେବ ଶୁଣାଣି
ଜୁଲାଇ ୧୧ ତାରିଖକୁ ପୁଣି ମହାନଦୀ ଶୁଣାଣି ତାରିଖ ଘୁଞ୍ଚିଛି । ମହାନଦୀ ଟ୍ରିବୁ୍ୟନାଲରେ ଜୁଲାଇ ୧୧ ତାରିଖ ଦିନ ୧୧ଟାରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ମେ ୧୬ ତାରିଖ ଦିନ ୧୧ଟାରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ଲକଡାଉନ କାରଣରୁ ଉଭୟ ପକ୍ଷର ସହମତିରେ ତାରିଖ ଥରେ ଘୁଞ୍ଚିଥିଲା । କରୋନାଭାଇରସ୍ ମହାମାରୀ ବିସ୍ତାର ଓ ପୁନର୍ବାର ଲକ୍‌ଡାଉନ୍ ବୃଦ୍ଧି କାରଣରୁ ମହାନଦୀ ଜଳ ବିବାଦ ମାମଲା ଶୁଣାଣି ତାରିଖକୁ ଟ୍ରିବ୍ୟୁନାଲ୍ ଶୁକ୍ରବାର ଦିନ ସ୍ଥଗିତ ରଖିଛନ୍ତି। ଏହାଛଡ଼ା ଶୁଣାଣି ତାରିଖ ସ୍ଥଗିତ ରଖିବାକୁ ବିପକ୍ଷ ରାଜ୍ୟମାନଙ୍କ ସମ୍ମତି ସହ ଓଡ଼ିଶା ତରଫରୁ ଓକିଲ କରିଥିବା ଅନୁରୋଧକୁ ମଧ୍ୟ ଟ୍ରିବ୍ୟୁନାଲ୍ ବିଚାରକୁ ନେଇ ଶୁଣାଣି ତାରିଖ ପୁନଃ-ନିର୍ଦ୍ଧାରଣ କରିଥିବା କଥା କୁହାଯାଇଛି। ୨୦୨୦ ଜୁଲାଇ ୧୧ ତାରିଖ ଦିନ ୧୧ଟା ବେଳେ ଏହି ମାମଲା ଶୁଣାଣି ପାଇଁ ତାରିଖ ଧାର୍ୟ୍ୟ କରାଯାଇଥିବା କଥା ଟ୍ରିବ୍ୟୁନାଲ୍ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।