କେନ୍ଦ୍ରକୁ ଗଲେ ପଶ୍ଚିମବଙ୍ଗର ୩ ଆଇପିଏସ
କେନ୍ଦ୍ରକୁ ଗଲେ ପଶ୍ଚିମବଙ୍ଗର ୩ ଆଇପିଏସ
admin
Dec 17, 2020 - 10:13
Updated: Dec 17, 2020 - 10:13
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କିଛି ଦିନ ହେଲା ଚାଲିଥିବା ଟକରାଟକରି ପରିସ୍ଥିତିରେ ଶେଷରେ ହାରିଯାଇଛନ୍ତି ମମତା । କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ କାର ଉପରକୁ ଟେକାମାଡ଼ ଘଟଣାରେ ଏକ ବଡ଼ ଖବର ସାମାନକୁ ଆସିଛି । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଶ୍ଚିମବଙ୍ଗର ୩ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଅଧୀନରେ ଅବସ୍ଥାପିତ କରାଯାଇଛି ।
ସେମାନଙ୍କ ମଧ୍ୟରୁ ରାଜୀବ ମିଶ୍ରଙ୍କୁ ୫ ବର୍ଷ ଲାଗି ଆଇଟିବିପିର ଆଇଜିଭାବେ ନିଯୁକ୍ତ କରାଯାଇଛି । ଏହାଛଡ଼ା ପ୍ରବୀଣ ତ୍ରିପାଠୀଙ୍କୁ ୫ ବର୍ଷ ଲାଗି ଏସଏସବିର ଡିଆଇଜିଭାବେ ନିଯୁକ୍ତ କରାଯାଇଛି । ସେହିପରି ଭୋଳାନାଥ ପାଣ୍ଡେଙ୍କୁ ୪ ବର୍ଷ ଲାଗି ବିପିଆରଡିର ଏସପିଭାବେ ନିଯୁକ୍ତ କରାଯାଇଛି ।
ପ୍ରକାଶ ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ କୋଲକାତା ଠାରେ ତାଙ୍କ କାର ଉପରକୁ ଟେକାମାଡ଼ କରାଯାଇଥିଲା । ତେବେ କାରକେଡ ଦାୟିତ୍ୱରେ ଥିବା ୩ ଆଇପିଏସ ଅଫସିରଙ୍କୁ ଏଥିପାଇଁ ଦାୟୀ କରାଯାଇ ସେମାନଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଚିଠି କରାଯାଇଥିଲା । ତେବେ ସମ୍ପୃକ୍ତ ୩ ଆଇପିଏସଙ୍କୁ ଡେପୁଟେସନରେ ନଛାଡ଼ିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଡ଼ି ବସିଥିଲେ ।