କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି ଲେଖିଲେ...

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି ଲେଖିଲେ...

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଜାଣନ୍ତୁ କାହିଁକି ଲେଖିଲେ...

ଭୁବନେଶ୍ୱର: ରାଜ୍ୟରେ ସାର ଅଭାବ ନେଇ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ତୁରନ୍ତ ଅଧିକ ସାର ଯୋଗାଇବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ମେ’, ଜୁନ୍, ଜୁଲାଇ ମାସରେ ଓଡିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି । ବିଶେଷ କରି ୟୁରିଆ ସାର ୨ ଲକ୍ଷ ୩୧ ହଜାର ୫୩୦ ମେଟ୍ରିକ୍ ଟନ୍‌ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍‌ ।

ସେହିଭଳି ଭାବେ DAP ସାର ୧ ଲକ୍ଷ ୫୨ ହଜାର ମାଟ୍ରିକ ଟନ୍ ଆବଶ୍ୟକ ଥିବା ବେଳେ ରାଜ୍ୟ ପାଇଛି ୯୭ ହଜାର ୭୬୩ ମାଟ୍ରିକ ଟନ୍ । MOP ସାର ୬୭ ହଜାର ୨୦୦ ମାଟ୍ରିକ ଟନ୍ ଆବଶ୍ୟକ ଥିବା ବେଳେ ରାଜ୍ୟ ପାଇଛି ୪୨ ହଜାର ୮୬୭ ମାଟ୍ରିକ ଟନ୍ । NPK ସାର ୧ ଲକ୍ଷ ୪୨ ହଜାର ମାଟ୍ରିକ ଟନ୍ ଆବଶ୍ୟକ ଥିବା ବେଳେ ରାଜ୍ୟ ପାଇଛି ୧ ଲକ୍ଷ ୫ ହଜାର ୭୯୮ ମାଟ୍ରିକ ଟନ୍ । ଆବଶ୍ୟକତା ଥିବା ୟୁରିଆ ସାରର ରାଜ୍ୟ ମାତ୍ର ପାଇଛି ୬୨ ପ୍ରତିଶତ। ସେହିଭଳି ଅନ୍ୟ ସାର ୬୦-୭୪ ପ୍ରତିଶତ ପାଇଛି ଓଡ଼ିଶା।

ଜୁଲାଇ ମଧ୍ୟ ଭାଗରୁ ସେପ୍ଟେମ୍ବର ପର୍ୟ୍ୟନ୍ତ ଓଡିଶାରେ ୟୁରିଆ ସାରର ଅଧିକ ଆବଶ୍ୟକତା ପଡିଥାଏ । ଅନ୍ୟ ସାରର ଡିମାଣ୍ଡ ଜୁଲାଇରୁ ଅଗଷ୍ଟ ମାସରେ ଥାଏ । ଯଦି ସାର ଯୋଗାଣରେ ଅଭାବ ହୁଏ, ତାହେଲେ ଏହା ଖାଦ୍ୟ ଶସ୍ୟ ଉତ୍ପାଦନରେ ବାଧା ଦେବ। ସାର ନମିଳିବା ଯୋଗୁ ଅଯଥାରେ ଆଇନଶୃଂଖଳା ପରିସ୍ଥିତି ସୃଷ୍ଟି ହେବ । ବାତ୍ୟା ୟାସ୍ ପ୍ରଭାବରେ ଚାଷୀ ଅନେକ କ୍ଷୟକ୍ଷତି ସହିଛନ୍ତି । ଏସବୁ ଦୃଷ୍ଟିରେ ରଖି ୟୁରିଆ ଓ ଅନ୍ୟାନ୍ୟ ସାର ଯୋଗାଇ ଦେବାକୁ ଚିଠି ଲେଖି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।