କୋଭିସିଲଡ଼ ଦାମ ଡୋଜ ପିଛା ୭୮୦ ଟଙ୍କା, କୋଭାକ୍ସିନ ଦାମ ୧୪୧୦ ଟଙ୍କା ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା

କୋଭିସିଲଡ଼ ଦାମ ଡୋଜ ପିଛା ୭୮୦ ଟଙ୍କା, କୋଭାକ୍ସିନ ଦାମ ୧୪୧୦ ଟଙ୍କା ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା

କୋଭିସିଲଡ଼ ଦାମ ଡୋଜ ପିଛା ୭୮୦ ଟଙ୍କା, କୋଭାକ୍ସିନ ଦାମ ୧୪୧୦ ଟଙ୍କା ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା
ଭୁବନେଶ୍ୱର : ସାରା ଦେଶରେ ଟୀକାକରଣ ଜୋର ଧରିଛି । ଦେଶବାସୀଙ୍କୁ ମାଗଣା ଟିକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ତେବେ ଯେଉଁମାନେ ଟିକା ନିଜେ କିଣି ନେଇପାରିବେ ସେମାନଙ୍କ ପାଇଁ ବେସରକାରୀ ହସପିଟାଲରେ ବ୍ୟବସ୍ଥା କରାଯାଇଛି । ତେବେ କେଉଁ ଟିକାର ଦାମ ସର୍ବାଧିକ କେତେ ରହିବ ତାହା ବି ନିଧାର୍ଯ୍ୟ ହୋଇଛି । ବେସରକାରୀ ହସପିଟାଲଗୁଡ଼ିକ ସର୍ଭିସ ଚାର୍ଜ ବାବଦରେ ୧୫୦ ଟଙ୍କା ନେଇପାରିବେ । ସେହିପରି କୋଭିସିଲଡ଼ ଦାମ ଡୋଜ ପିଛା ୭୮୦ ଟଙ୍କା, କୋଭାକ୍ସିନ ଦାମ ୧୪୧୦ ଟଙ୍କା ଓ ସ୍ପୁଟନିକ-ଭି ୧୧୪୫ ଟଙ୍କା ରହିବ ବୋଲି ଧାର୍ଯ୍ୟ ହୋଇଛି । ସ୍ୱାସ୍ଥ୍ୟ ଓ ଅର୍ଥ ସଚିବଙ୍କ ମିଳିତ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି । ଟିକା ପାଇଁ କେନ୍ଦ୍ର ସରକାର ପ୍ରାୟ ୪୫ ହଜାରରୁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲଗାତର ଦ୍ୱିତୀୟ ଦିନ ପାଇଁ କରୋନା ସଂକ୍ରମଣ ଲକ୍ଷେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଦେଶରେ ୯୨୫୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ୨୨୧୯ ଜଣ ମୃତୁ୍ୟବରଣ କରିଛନ୍ତି । କେବଳ ୫ଟି ରାଜ୍ୟରେ ମୋଟ ସଂକ୍ରମଣର ୬୭% ରହିଛି ।