ଘରକୁ ଏମିତି କରନ୍ତୁ ଜୀବାଣୁମୁକ୍ତ

ଘରକୁ ଏମିତି କରନ୍ତୁ ଜୀବାଣୁମୁକ୍ତ

ଘରକୁ ଏମିତି କରନ୍ତୁ ଜୀବାଣୁମୁକ୍ତ
ଘରକୁ ବୈକୁଣ୍ଠ ସହ ସମାନ କରାଯାଇଛି । ଘର କହିଲେ ଏକ ସୁସ୍ଥ ବାତାବରଣ, ସ୍ୱାସ୍ଥ୍ୟକର ଖାଦ୍ୟ, ପରସ୍ପର ଭିତରେ ସ୍ନେହ, ପ୍ରେମକୁ ବୁଝୁ । ଏବେ କରୋନା ମହାମାରୀ ସମୟରେ ତାଲା ବନ୍ଦ ଯୋଗୁଁ ସମସ୍ତେ ନିଜ ନିଜ ଘରେ ରହୁଛନ୍ତି । କିନ୍ତୁ ଏହି ଭଳି ଏକ ମହାମାରୀ ସମୟରେ ସତର୍କତା ଓ ପରିଚ୍ଛନ୍ନତା ସବୁଠୁ ଜରୁରୀ ହୋଇପଡିଛି । ନିୟମିତ ମାସ୍କ ପନ୍ଧିବା, ସାବୁନରେ ହାତ ଧୋଇବା. ସାମାଜିକ ଦୂରତା ରକ୍ଷା କରିବା, ବାରମ୍ବାର ଛୁଉଁଥିବା ଜିନିଷଗୁଡିକୁ ମନେରଖି ସଫା କରିବା ନିହାତି ଜରୁରୀ । ତେବେ ଘର ଭିତରେ ମଧ୍ୟ ଏପରି ୧୦ଟି ସ୍ଥାନ ରହିଛି ଯାହାକୁ ନିୟମିତ ସମୟ ବ୍ୟବଧାନରେ ସଫା ରଖିବା ଉଚିତ୍ । ଏହି ମହାମାରୀ ସମୟରେ ବଜାରରେ ଅନେକ ପ୍ରକାର ସାନିଟାଇଜର ମିଳୁଛି । ୧୦ରୁ୧୫ ସେଣ୍ଟିମିଟର ଦୂରରେ ରହି ହାତ ନଲଗାଇ ସ୍ପ୍ରେ କରି ଏହାକୁ ଜୀବାଣୁ ମୁକ୍ତ କରି ପାରିବେ । .କବାଟର ହ୍ୟାଣ୍ଡେଲ : ଘରେ ଭିନ୍ନ ଭିନ୍ନ କକ୍ଷରେ କବାଟ ରହିଥାଏ । ଏହାର ହ୍ୟାଣ୍ଡେଲ ବାରମ୍ବାର ଧରି କବାଟ ଖୋଲାଯାଏ । ତେଣୁ ଏହାକୁ କିଛି ସମୟ ବ୍ୟବଧାନରେ ବିଶୋଧକ ଦ୍ୱାରା ଜୀବାଣୁ ମୁକ୍ତ ରଖିବା ଦରକାର । .ସୋଫା ଓ ଚୋ÷କି: ଘରର ପରଦା, ସୋଫା, ଚୋ÷କି ଆଦିକୁ ବିଶୋଧନ କରିବା ଲାଗି ସଦାସର୍ବଦା ଶୀଘ୍ର ଶୁଖିଯାଉଥିବା ବିଶୋଧକ ସ୍ପ୍ରେ କରିବା ଉଚିତ୍ । .ପଢାଟେବୁଲ: ପ୍ରତିଦିନ ପଢାଟେବୁଲର ବ୍ୟବହାର ହୋଇଥାଏ । ବିଶେଷ କରି ପିଲାମାନେ ଏହାକୁ ବ୍ୟବହାର କରିଥାନ୍ତି । ତେଣୁ ଏହାକୁ କୀଟାଣୁମୁକ୍ତ କରିବା ପାଇଁ ସକାଳୁ ସମ୍ପୂର୍ଣ୍ଣ ଘର ସହ ଟେବୁଲକୁ ବିଶୋଧକ ସିଞ୍ଚନ କରିବା ଜରୁରୀ ଅଟେ । .କାର୍ପେଟ: ଘରର ସୋ÷ନ୍ଦର୍ଯ୍ୟ ବଢାଇବା ପାଇଁ ଡ୍ରଇଂ ରୁମ୍ରେ କାର୍ପେଟ ବିଛାଯାଇଥାଏ । ଘରକୁ ଅନେକ ଲୋକ ଯିବା ଆସିବା କରୁଥିବାରୁ ଏହାକୁ ପରିଚ୍ଛନ୍ନ ରଖିବା ନିହାତି ଆବଶ୍ୟକ । ତେବେ ଏହା ମୋଟା ହୋଇଥିବାରୁ ଏହାକୁ ବାରମ୍ବାର ନଧୋଇ ସାନିଟାଇଜର୍ ସ୍ପ୍ରେ କରି ଜୀବାଣୁମୁକ୍ତ ରଖିବା ଆବଶ୍ୟକ । .ଗଦି: ଶୋଇବା ଗଦିରେ ବି ଜୀବାଣୁ ରହିଥାନ୍ତି । ହୁଏତ ପ୍ରତିଦିନ ବେଡ୍ସିଟ ଧୋଇହେବ କିନ୍ତୁ ଗଦି ସଫା କରିବା ଅସମ୍ଭବ । ତେଣୁ ଗଦିକୁ ବିଶୋଧକ ସ୍ପ୍ରେ କରିବା ସହିତ କିଛି ସମୟ ଖରାରେ ରଖନ୍ତୁ । .ପା ପୋଛ: ଘର ଭିତରକୁ ଅନେକ ଲୋକଙ୍କର ଯିବା ଆସିବା ହୋଇଥାଏ । ସମସ୍ତେ ପା ପୋଛରେ ପାଦ ସଫା କରି ଘର ଭିତରକୁ ପ୍ରବେଶ କରିଥାନ୍ତି । ତେଣୁ ଏହାକୁ ସର୍ବଦା ପରିଷ୍କାର ରଖନ୍ତୁ । .ସପିଙ୍ଗ ବ୍ୟାଗ: ଆମ ଦୈନନ୍ଦିନ ଜୀବନରେ ଖାଦ୍ୟ ସାମଗ୍ରୀ, ପରିବା ପତ୍ର କିଣିବା ପାଇଁ ସାଙ୍ଗରେ ବ୍ୟାଗ ନେଇ ଆମେ ମାର୍କେଟ ଯାଇଥାଉ । ବାହାରୁ କିଣାକିଣି କରି ଆସିବା ପରେ ବ୍ୟାଗ୍ ଧୋଇବା ନିହାତି ଜରୁରୀ । ତେବେ ଯେଉଁ ବ୍ୟାଗ ଧୋଇବା ସମ୍ଭବ ହୋଇନଥିବ ସେଗୁଡିକୁ ବିଶୋଧକ ସ୍ପ୍ରେ କରି ଜୀବାଣୁ ମୁକ୍ତ କରନ୍ତୁ । .ଚାବି: ଚାବି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଜିନିଷ । କାରଣ ଏହାକୁ ଅତ୍ୟଧିକ ଲୋକ ବ୍ୟବହାର କରିଥାନ୍ତି । ହାତ ଧୋଇବା ବେଳେ ଏହାକୁ ଭଲ ଭାବେ ଧୋଇ ଶୁଖାଇ ପାରିବେ । ଜିନିଷପତ୍ର ବାହାର କରିବା ଓ ରଖିବା ଲାଗି କପ୍ବୋର୍ଡ ବାରମ୍ବାର ଛୁଇଁବାକୁ ହୋଇଥାଏ । ତେଣୁ ଏହାର ହ୍ୟାଣ୍ଡେଲକୁ ବାରମ୍ବାର ସାନିଟାଇଜ କରିବା ଆବଶ୍ୟକ । .ବିନ୍ ବ୍ୟାଗ: ଆରାମରେ ବସି କାମ କରିବା, ପଢିବା କିମ୍ବା ଗେମ୍ ଖେଳିବା ପାଇଁ ଲୋକେ ବିନ୍ବ୍ୟାଗ ବେଶି ବ୍ୟବହାର କରୁଛନ୍ତି । ତେଣୁ ଏହା ଉପରେ ସାନିଟାଇଜର ସ୍ପ୍ରେ କରନ୍ତୁ । ଏହା ସବୁ ନିୟମିତ କରିବା ଦ୍ୱାରା ଆପଣ ସଂକ୍ରମଣରୁ ରକ୍ଷା ପାଇବା ସହିତ ନିଜ ପରିବାରକୁ ମଧ୍ୟ ସୁରକ୍ଷିତ ରଖିପାରିବେ ।