ଚଳିତ ସପ୍ତାହରୁ ବଢ଼ିବ ରେଳଭଡ଼ା, କିଲୋମିଟର ପିଛା ୪୦ ପଇସା ଯାଏଁ ମହଙ୍ଗା

ଚଳିତ ସପ୍ତାହରୁ ବଢ଼ିବ ରେଳଭଡ଼ା, କିଲୋମିଟର ପିଛା ୪୦ ପଇସା ଯାଏଁ ମହଙ୍ଗା

ଚଳିତ ସପ୍ତାହରୁ ବଢ଼ିବ ରେଳଭଡ଼ା, କିଲୋମିଟର ପିଛା ୪୦ ପଇସା ଯାଏଁ ମହଙ୍ଗା
ନୂଆଦିଲ୍ଲୀ - ଖୁବଶୀଘ୍ର ମହଙ୍ଗା ହେବ ରେଳଯାତ୍ରା । ଭାରତୀୟ ରେଳପଥ ଚଳିତ ସପ୍ତାହରୁ ସବୁ ଟ୍ରେନ ତଥା ସବୁ ଶ୍ରେଣୀ ପାଇଁ ରେଳ ଭଡ଼ା ବଢ଼ାଇବ । ବିଭିନ୍ନ ଶ୍ରେଣୀରେ ରେଳ ଭଡ଼ା କିଲୋମିଟର ପିଛା ୫ ପଇସାରୁ ୪୦ ପଇସା ଯାଏଁ ବୃଦ୍ଧି ଘଟିବ । ରେଳ ଭଡ଼ା ବୃଦ୍ଧି ପାଇଁ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ରୁ ଅନୁମୋଦନ ମିଳିସାରିଛି । କିନ୍ତୁ ଝାଡ଼ଖଣ୍ଡରେ ଚାଲିଥିବା ବିଧାନସଭା ନିର୍ବାଚନ ଯୋଗୁଁ ରେଳ ଭଡ଼ା ଘୋଷଣାକୁ ସ୍ଥଗିତ ରଖାଯାଇଥିବା ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଭାରତରେ ଅର୍ଥନୈତିକ ମାନ୍ଦାବସ୍ଥା କାରଣରୁ ଭାରତୀୟ ରେଳପଥ ବହୁ ଆର୍ଥିକ ଚାପ ଦେଇ ଗତି କରୁଛି । କିନ୍ତୁ ସଡ଼କ ପରିବହନ ସହ କଡ଼ା ପ୍ରତିଯୋଗିତା ହେତୁ ମାଲ ଭଡ଼ା ବୃଦ୍ଧିର ସୁଯୋଗ ନାହିଁ । କିନ୍ତୁ କିଛି ବର୍ଷ ହେଲା ଯାତ୍ରୀ ବାହୀ ରେଳଭଡ଼ା ବଢ଼ିନାହିଁ । ଏଣୁ ଯାତ୍ରା ଭଡ଼ା ବଢ଼ାଇ ରାଜସ୍ୱ ବୃଦ୍ଧି ପାଇଁ ସରକାର କେତେକ ଟ୍ରେନରେ ଫ୍ଲେକ୍ସି ପେୟାର (ପରିବର୍ତ୍ତିତ ଭଡ଼ା) ବ୍ୟବସ୍ଥା ମଧ୍ୟ ଲାଗୁ କରିଛନ୍ତି । ସେପ୍ଟେମ୍ବରରେ ରେଳପଥର ମୋଟ ରାଜସ୍ୱ ଲଗାତର ଦ୍ୱିତୀୟ ମାସ ପାଇଁ ୪.୨%କୁ ଖସି ୧୩,୧୬୯ କୋଟି ୨୦ ଲକ୍ଷ ଟଙ୍କା ହୋଇଛି ।