ଚାରି ରାଜ୍ୟରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକି୍ରୟା ଆରମ୍ଭ

ଚାରି ରାଜ୍ୟରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକି୍ରୟା ଆରମ୍ଭ

ଚାରି ରାଜ୍ୟରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକି୍ରୟା ଆରମ୍ଭ
ନୂଆଦିଲ୍ଲୀ: ତେଲେଙ୍ଗାନା, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଂଗ୍ରେସର ସାଂଗଠନିକ ପୁନର୍ଗଠନ ପ୍ରକି୍ରୟା ଆରମ୍ଭ ହୋଇଛି । କଂଗ୍ରେସ ଶୀର୍ଷ ନେତୃତ୍ୱ ଏହି ୪ ରାଜ୍ୟର ନେତୃମଣ୍ଡଳୀ ଏବଂ ବିଦ୍ରୋହୀ ନେତାଙ୍କ ସହ ଆଲୋଚନା କରି ନେତୃତ୍ୱ ପରିବର୍ତ୍ତନ ପାଇଁ ସୂଚନା ଦେଇଛନ୍ତି । ହାଇଦ୍ରାବାଦ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ତେଲେଙ୍ଗାନା କଂଗ୍ରେସ ସଭାପତି ଉତ୍ତମ କୁମାର ରେଡ୍ଡୀ ନିଜ ପଦରୁ ଇସ୍ତଫା ଦେଇଈଛନ୍ତି । ସେହିପରି ଦଳର ଖରାପ ପ୍ରଦର୍ଶନ ପାଇଁ ଗୁଜରାଟ କଂଗ୍ରେସ ସଭାପତି ଅମିତ ଚାଓଡା ମଧ୍ୟ ଇସ୍ତଫା ଦେଇଛନ୍ତି । ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ କମଳନାଥ ମଧ୍ୟ ପଦ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି । ଶନିବାର ମୁମ୍ବାଇ ଆଞ୍ଚଳିକ କଂଗ୍ରେସ କମିଟିରେ ପରିବର୍ତ୍ତନ କରାଯାଇଚି । ସେହିଭଳି କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଆସାମ ଓ କେରଳ ପାଇଁ ନୂଆ ଏଆଇସିସି ସମ୍ପାଦକ ନିଯୁକ୍ତ କରିଛନ୍ତି । ସୂଚନା ଯୋଗ୍ୟ, ଆସନ୍ତା ବର୍ଷ ଆସାମ ଓ କେରଳରେ ବିଧାନସଭା ନିର୍ବାଚନ ହେବାର ଅଛି । ନବନିଯୁକ୍ତ ଏଆଇସିସି ସମ୍ପାଦକ ଆସାମ ପାଇଁ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂହ ଏବଂ କେରଳ ପାଇଁ ସାଧାରଣ ସମ୍ପାଦକ ତାରିକ ଅନୱାରଙ୍କୁ ସହାୟତା କରିବେ । ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅସନ୍ତୁଷ୍ଟ ନେତାଙ୍କ ସହ ଆଲୋଚନା କରିଥିଲେ ।