ଚିନ୍ତା କରିବା ପାଇଁ ଯନ୍ତ୍ର!

ଚିନ୍ତା କରିବା ପାଇଁ ଯନ୍ତ୍ର!

ଚିନ୍ତା କରିବା ପାଇଁ ଯନ୍ତ୍ର!
ଏକ ବ୍ରିଟିସ କମ୍ପାନି ପକ୍ଷରୁ ଏକ ପ୍ରକାରର ଅଭିନବ ଯନ୍ତ୍ରର ଉପôାଦନ ଓ ବିକ୍ରୀ ଆରମ୍ଭ ହୋଇଛି । ମଣିଷ ଚିନ୍ତା କରିବା ପାଇଁ ଏହା ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି ନିର୍ମାତାଙ୍କ ପକ୍ଷରୁ ଦାବି କରାଯାଉଛି । ଦ ଫର୍ମ ଏମପୋରିଅମ ନାମକ ଅନଲାଇନ ଷ୍ଟୋର ମାଧ୍ୟାମରେ ବିକ୍ରୀ କରାଯାଉଥିବା ଏହି ଯନ୍ତ୍ରର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ପଂଚଚାଳିଶ ହଜାର ଟଙ୍କା । ଏହି ଯନ୍ତ୍ର କାର୍ଡ ବୋର୍ଡ ଓ କପଡାରେ ତିଆରି । ଏହା ଥଟ ବକସ ଭାବେ ନାମିତ । ଏଥିରେ ଲାଗିଛି, କାନରେ ଗେଞ୍ଜିବା ପାଇଁ ଇଅର ପ୍ଳଗ ଏବଂ ଶିରସ୍ତ୍ରାଣରେ ବ୍ୟବସ୍ଥା ଅଛି । କେବଳ ମୁଣ୍ଡାରେ ଲଗାଇବସିଗଲେ, ବାହାର ଦୁନିଆ ସହ କୌଣସି ସଂପର୍କ ରହିବନାହିଁ । ସରଳ ଭାବେ କହିଲେ କୌଣସି ଧ୍ୱନି କାନରେ ପଡିବ ନାହିଁ । ତେବେ ମଣିଷ ଚିନ୍ତା କରିବା ପାଇଁ ଏହା କେତେ ଦୂର ସହାୟକ ହେବ, ଏହାକୁ ନେଇ ଅନେକ ସଂଦେହ ପ୍ରକାଶ କରୁଛନ୍ତି । ଆଉ ମୂଲ୍ୟ ମଧ୍ୟ ବହୁତ ଅଧିକ । ତେଣୁ ଏକ ଅଦରକାରୀ ଯନ୍ତ୍ର ବୋଲି ଅନେକଙ୍କ ମତ । ଏହା ସତ୍ୱେ ବିବିସି ରେଡିଓ ରେ ମଧ୍ୟ ଏହା ସଂପର୍କରେ ପ୍ରଚାର କରାଯାଇଛି ।